ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଆଜି ଗୋଟିଏ ଦିନରେ ୨,୧୯୬ ପଜିଟିଭ୍ ଚିହ୍ନଟ
  • କ୍ଵାରେଣ୍ଟାଇନ୍‌ରୁ ୧,୨୭୪ ଜଣ, ୯୨୨ଟି ଲୋକାଲ୍ କେସ୍
  • ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫କୁ ବୃଦ୍ଧି
  • ଆଉ ୧୭ ଆକ୍ରାନ୍ତଙ୍କ ମୃତ୍ୟୁ
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୧୨୧କୁ ବୃଦ୍ଧି

ରାଜ୍ୟର ୨୯ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଆଉ ୨,୧୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୧,୨୭୪ ଜଣ ଥିବା ବେଳେ ୯୨୨ଟି ଲୋକାଲ୍ କେସ୍ ରହିଛି। ସେହିପରି ଆଜି ରାଜ୍ୟରେ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୭୫ ଜଣ, ସୁନ୍ଦରଗଡ଼ରୁ ୧୪୦ ଜଣ, ମୟୂରଭଞ୍ଜରୁ ୧୧୯ ଜଣ, ଯାଜପୁରରୁ ୧୧୩ ଜଣ, ନୂଆପଡ଼ାରୁ ୧୦୮ ଜଣ, ଅନୁଗୁଳରୁ ୧୦୭ ଜଣ ଓ ବାଲେଶ୍ଵରରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୬,୩୪୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୪୧,୩୮୫ ଜଣ ସୁସ୍ଥ ହୋଇଥିବା ବେଳେ ୨୩,୭୮୬ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ୧୭ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୧୨୧କୁ ବୃଦ୍ଧି ପାଇଛି।

Comment