ଓଡ଼ିଶାଲାଇଭ୍ ବ୍ୟୁରୋ

ରିୟଲମି ଫେଷ୍ଟିଭ୍ ସେଲ୍‌ରେ କେଉଁ ଜିନିଷ ଉପରେ କେତେ ରିହାତି ମିଳୁଛି ଜାଣନ୍ତୁ।

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ରିୟଲମି(Realme)ର ସ୍ଵତନ୍ତ୍ର ଫେଷ୍ଟିଭ୍ ସେଲ୍‌ ଆରମ୍ଭ ହୋଇଯାଇଛି। ଏହି ସେଲ୍ ୨୧ ତାରିଖ ଯାଏଁ ଚାଲିବ। ରିୟଲମି ଫେଷ୍ଟିଭ୍ ସେଲ୍‌ରେ ସ୍ମାର୍ଟଫୋନ୍, ଟିଭି, ହେଡ୍‌ଫୋନ୍ ଆଦି ଉପରେ ଆକର୍ଷଣୀୟ ରିହାତି ମିଳୁଛି। ତେବେ କେଉଁ ଜିନିଷରେ କେତେ ରିହାତି ରହିଛି ଆସନ୍ତୁ ଜାଣିବା…

ଏହି ସେଲ୍‌ରେ ରିୟଲମି ସି୧୧, ରିୟଲମି ସି୧୨, ରିୟଲମି ୬ ଆଦି ସ୍ମାର୍ଟଫୋନ୍‌କୁ ସବୁଠୁ କମ୍ ଦରରେ ବିକ୍ରି ହେଉଛି।

୫୦୦ ଟଙ୍କା ରିହାତିରେ ମିଳୁଥିବା ଜିନିଷ

ଏହି ସେଲ୍‌ରେ ରିୟଲମି ବଡ୍‌ସ କ୍ୟୁ, ରିୟଲମି ସ୍ମାର୍ଟ ବ୍ୟାଣ୍ଡ୍, ରିୟଲମି ସି୧୧, ରିୟଲମି ବଡ୍‌ସ ଏୟାର ପ୍ରୋ ଏବଂ ରିୟଲମି ସି ୧୧ ସ୍ମାର୍ଟଫୋନ୍ ଉପରେ ୫୦୦ ଟଙ୍କାର ରିହାତି ରହିଛି। ରିହାତି ପରେ ରିୟଲମି ସି୧୧ର ୨ ଜିବି ରାମ୍ ଓ ୩୨ ଜିବି ଷ୍ଟୋରେଜ୍‌ବିଶିଷ୍ଟ ଫୋନ୍‌କୁ ମାତ୍ର ୬,୯୯୯ ଟଙ୍କାରେ କିଣି ହେବ।

 

,୦୦୦ ଟଙ୍କା ରିହାତିରେ ମିଳୁଥିବା ଜିନିଷ

ଏହି ସେଲ୍‌ରେ କେତେକ ଜିନିଷ ଉପରେ ୧,୦୦୦ ଟଙ୍କାର ରିହାତି ମିଳୁଛି। ସେଗୁଡ଼ିକ ମଧ୍ୟରେ ରହିଛି ରିୟଲମି ସି୧୨, ରିୟଲମି ସି୧୫, ରିୟଲମି ସି୬, ରିୟଲମି ବଡ୍‌ସ ଏୟାର ନିଓ, ରିୟଲମି ସ୍ମାର୍ଟ ଓ୍ଵାଚ୍, ରିୟଲମି ସ୍ମାର୍ଟ ଟିଭି ୩୨”, ରିୟଲମି ସ୍ମାର୍ଟ ଟିଭି ୪୩” ଓ ରିୟଲମି ବଡ୍‌ସ ଓ୍ଵାୟାରଲେସ୍ ପ୍ରୋ।

,୦୦୦ ଟଙ୍କା ଯାଏଁ ରିହାତିରେ ମିଳୁଥିବା ଜିନିଷ

ରିୟରମି ଏକ୍ସ୩, ରିୟଲମି ଏକ୍ସ୩ ସୁପରଜୁମ୍, ରିୟଲମି ସ୍ମାର୍ଟ ଟିଭି ଏସ୍‌ଏଲ୍‌ଇଡି ୪କେ(୫୫”) ଉପରେ ୩,୦୦୦ ଟଙ୍କାର ରିହାତି ମିଳିବ। ସେହିପରି ରିୟଲମି ଏକ୍ସ୫୦ ପ୍ରୋର ସବୁ ଭେରାଇଟି ଉପରେ ୫,୦୦୦ ଟଙ୍କା ଯାଏଁ ରିହାତି ଦିଆଯାଉଛି।

Comment