ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୭ ମାସ ପରେ ଖୋଲିଲା କେରଳର ପ୍ରସିଦ୍ଧ ସାବରୀମାଳା ମନ୍ଦିର। ଶନିବାର ଦିନ ମନ୍ଦିର ଖୋଲିବା ପରେ ଏଠାରେ ପାଞ୍ଚଦିନିଆ ମାସିକ ପୂଜା ଆରମ୍ଭ ହୋଇଛି। ଏଥିସହିତ ଦୈନିକ ୧୦ରୁ ୬୦ ବର୍ଷ ବୟସ ବର୍ଗର ସର୍ବାଧିକ ୨୫୦ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଛି।

ଦର୍ଶନ ବେଳେ ଭକ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ସମସ୍ତେ ମାସ୍କ ପିନ୍ଧିବା ସହ ସାଙ୍ଗରେ କରୋନା ନେଗେଟିଭ ପ୍ରମାଣପତ୍ର ନେଇ ଯିବେ। ଦର୍ଶନ ନିମନ୍ତେ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି। ପ୍ରଥମ ଦିନ ଦର୍ଶନ ପାଇଁ ୨୪୬ ଜଣ ଭକ୍ତ ଅନଲାଇନ ପଞ୍ଜିକରଣ କରିଥିବା ସୂଚନା ମିଳିଛି।

ବିଶ୍ୱ ମହାମାରୀ କରୋନା ପାଇଁ ଦେଶରେ ଗତ ୭/୮ ମାସ ହେଲା ପ୍ରସିଦ୍ଧ ମନ୍ଦିର ବନ୍ଦ ରହିଛି। ଏବେ ଧୀରେ ଧୀରେ କିଛି ମନ୍ଦିର ଖୋଲିବା ଆରମ୍ଭ କରିଛି।

Comment