ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ନୟାଗଡ଼ରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫,୬୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫,୨୫୮ ଜଣ ସୁସ୍ଥ ହୋଇଥିବା ବେଳେ ୩୪୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଛି।

ରାଜ୍ୟ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ହେଉଛି ରାଜ୍ୟର ମୋଟ ଆକ୍ରାନ୍ତଙ୍କ ୨.୦୯ ପ୍ରତିଶତ। ସେହିପରି ରାଜ୍ୟ ତୁଳନାରେ ସକ୍ରିୟ ରୋଗୀଙ୍କ ହାର ୧.୫୨ ପ୍ରତିଶତ ଥିବା ବେଳେ ଆରୋଗ୍ୟ ହାର ୨.୧୩ ପ୍ରତିଶତ ଏବଂ ମୃତ୍ୟୁ ହାର ୩.୨୧ ପ୍ରତିଶତ ରହିଛି।

ରାଜ୍ୟସ୍ତରୀୟ ତଥ୍ୟ ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତ, ଆରୋଗ୍ୟ ଏବଂ ସକ୍ରିୟ ରୋଗୀଙ୍କ ତୁଳନାରେ ମୃତ୍ୟୁ ହାର ଅଧିକ ରହିଛି। ହେଲେ ଜିଲ୍ଲାସ୍ତରୀୟ ତଥ୍ୟରେ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୯୩.୪୭ ପ୍ରତିଶତ ଆରୋଗ୍ୟ ହୋଇଥିବା କୁହାଯାଇଛି। ତେବେ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ମାତ୍ର ୫.୮୪ ପ୍ରତିଶତ ଥିବାରୁ ଏହା କରୋନା ନିୟନ୍ତ୍ରଣ ଦିଗରେ ଭଲ ସଙ୍କେତ ବୋଲି କୁହାଯାଉଛି।

Comment