ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୧ ଟଙ୍କାରେ Redmi ଓ୍ଵାୟରଲେସ୍ ଇୟରଫୋନ୍ କେମିତି କିଣିବେ ଜାଣନ୍ତୁ।

ଅକ୍ଟୋବର ୧୬ରୁ ଆରମ୍ଭ ହୋଇଛି ସାଓମିର ଦିଓ୍ଵାଲି ସେଲ୍। ଏହି ସେଲ୍‌ରେ ବିଭିନ୍ନ ଜିନିଷ ଉପରେ ଦମ୍‌ଦାର୍ ଅଫର୍ ସାଙ୍ଗକୁ ଆକର୍ଷଣୀୟ ରିହାତି ମିଳୁଛି। ସବୁଠୁ ଖାସ୍ କଥା ହେଉଛି, ଆଜି କମ୍ପାନି ନିଜ ଓ୍ଵାୟରଲେସ୍ ଇୟରଫୋନ୍‌କୁ ମାତ୍ର ୧ ଟଙ୍କାରେ ବିକ୍ରି କରିବ। ତେବେ ଏହାକୁ କେମିତି କିଣିବେ ଜାଣନ୍ତୁ…

ଆଜି କମ୍ପାନି ପକ୍ଷରୁ ଅପରାହ୍ଣ ୪ଟାରେ ୧ ଟଙ୍କିଆ ଫ୍ଲାସ୍ ସେଲ୍ ଆୟୋଜିତ ହେବ। ଏଥିରେ ୧ ଟଙ୍କାରେ Redmi SonicBass ଓ୍ଵାୟରଲେସ୍ ଇୟରଫୋନ୍ ବିକ୍ରି କରାଯିବ।ସାଧାରଣତଃ ଫ୍ଲାସ୍ ସେଲ୍‌ରେ ସାଙ୍ଗେସାଙ୍ଗେ ଜିନିଷ ଆଉଟ୍ ଅଫ୍ ଷ୍ଟକ୍ ହୋଇଯାଏ। ତେଣୁ ଇଚ୍ଛୁକ ଗ୍ରାହକଙ୍କୁ ପୂର୍ବରୁ ହିଁ ପ୍ରସ୍ତୁତ ହେବା ଉଚିତ।

ବର୍ତ୍ତମାନ Redmi SonicBass ଓ୍ଵାୟରଲେସ୍ ଇୟରଫୋନ୍‌ ୯୯୯ ଟଙ୍କାରେ ବିକ୍ରି ହେଉଛି। ଏଥିରେ ୧୨୦mAh ବ୍ୟାଟେରି ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ମ୍ୟୁଜିକ୍ ପ୍ଲେବ୍ୟାକ୍ ମିଳୁଛି।ଏହାକୁ ମାଇକ୍ରୋ-ୟୁଏସ୍‌ବି କେବଲରୁ ଶତ ପ୍ରତିଶତ ଚାର୍ଜ କରିବାକୁ ୨ ଘଣ୍ଟା ସମୟ ଲାଗିଥାଏ। ଏହାର ଓଜନ ହେଉଛି ୨୧.୨ ଗ୍ରାମ ଓ ଏହାକୁ ୧୦ ମିଟର ଦୂରରୁ ବି ଅପରେଟ୍ କରାଯାଇପାରେ।

ଏହି ଇୟରଫୋନ୍ ବ୍ଲୁଟୁଥ୍ ଭି୫.୦ କନେକ୍ଟିଭିଟି ସପୋର୍ଟ ସହିତ ଉପଲବ୍ଧ। ଏହା ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଓ୍ଵିଣ୍ଡୋଜ୍ ଡିଭାଇସ୍‌ଗୁଡ଼ିକରେ ବ୍ୟବହାର କରାଯାଇପାରେ। ଏହି ଇୟରଫୋନ୍‌ରେ ୯.୨ଏମ୍‌ଏମ୍ ଡାଇନାମିକ୍ ଡ୍ରାଇଭର୍ସ ବ୍ୟବହାର କରାଯାଇଛି।

Comment