ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ସବୁଠୁ ଦଳ କୁହାଯାଉଥିବା ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ଚଳିତ ସିଜିନ୍ ଭଲ ଯାଇନି। ଦଳ ଏଯାବତ ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିବାବେଳେ ପ୍ଲେ ଅଫ୍ ଯିବାକୁ ସଂଘର୍ଷ କରୁଛି। ଏପରି ପରିସ୍ଥିତିରେ ଆଗାମୀ ସିଜିନରେ ଦଳ ନିଜର ୫ ଜଣ ସିନିୟର ଖେଳାଳିଙ୍କୁ ଦଳରୁ ‘ଗୁଡ୍ ବାଏ’ କହିପାରେ ବୋଲି ଚର୍ଚ୍ଚା ହେଉଛି।

ଜାଣନ୍ତୁ, କାହାକୁ ଗୁଡ୍ ବାଏ କହିପାରେ ସିଏସକେ ଟିମ୍ସେନ୍ ୱାଟସନ୍

ସିଏସକେ ଦଳର ବରିଷ୍ଠ ଖେଳାଳି ସେନ୍ ୱାଟସନ ଗତ କିଛି ସିଜିନ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ତାଙ୍କ ଇଂନିସ ବଳରେ ଦଳ ଥରେ ଚାମ୍ପିୟନ ମୁକୁଟ ମଧ୍ୟ ପିନ୍ଧିଛି। ହେଲେ ଚଳିତ ସିଜିନରେ ୱାଟସନଙ୍କ ବ୍ୟାଟ୍ ସେଭଳି ଚାଲିନି। ତାଙ୍କ ବୟସ ମଧ୍ୟ ଅଧିକ ରହୁଥିବାରୁ ସେ ଫିଟ୍ ରହିପାରୁନାହାନ୍ତି। ତେଣୁ ଦଳ ତାଙ୍କୁ ଆଗାମୀ ସିଜିନରେ ବାଦ ଦେଇପାରେ।

ଇମ୍ରାନ୍ ତାହିର – ହରଭଜନ

ସିଏସକେ ଟିମର ସ୍ପିନ୍ ଯୋଡ଼ି ଇମ୍ରାନ୍ ଓ ହରଭଜନଙ୍କୁ ମଧ୍ୟ ଦଳ ଟିମରୁ ବାଦ ଦେଇପାରେ। ହରଭଜନ ଚଳିତ ସିଜିନ ପାଇଁ ଦଳରେ ନଥିବା ସହିତ ଇମ୍ରାନ ଏଥର କୌଣସି ମ୍ୟାଚରେ ଖେଳିନାହାନ୍ତି। ଏହି ଦୁଇ ଯୋଡ଼ିକୁ ବାଦ ଦେଇ ଦଳ ନୂଆ ମୁହଁକୁ ଦଳରେ ସାମିଲ କରିପାରେ।କେଦାର ଯାଦବ

ଚଳିତ ସିଜିନରେ ସବୁଠୁ ଖରାପ ପ୍ରଦର୍ଶନ କରିଥିବା ସିଏସକେ ଖେଳାଳି ହେଉଛନ୍ତି କେଦାର ଯାଦବ। ସେ ୮ ମ୍ୟାଚରୁ ମାତ୍ର ୬୨ ରନ କରିବା ସହିତ ଶହେରୁ କମ୍ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଛନ୍ତି। ତେଣୁ ତାଙ୍କୁ ଦଳ ବାଦ୍ ଦେଇ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଯୋଜନା କରୁଛି।

ଡ୍ୱେନ୍ ବ୍ରାଭୋ

କେଦାର ଯାଦବଙ୍କ ଭଳି ଡ୍ୱେନ୍ ବ୍ରାଭୋ ମଧ୍ୟ ଚଳିତ ସିଜିନରେ ସିଏସକେ ପାଇଁ ବଡ଼ ଇଂନିସ ଖେଳିପାରିନାହାନ୍ତି। ୩୭ ବର୍ଷୀୟ ଏହି ଖେଳାଳି ଅନେକ ଥର ଆହତ ହୋଇ ମଧ୍ୟ ଦଳରୁ ବାଦ ପଡୁଛନ୍ତି। ତେଣୁ ଦଳ ଆଗାମୀ ସିଜିନରେ ସିନିୟର ଖେଳାଳିଙ୍କୁ ବାଦ ଦେଇ ଯୁବ ଟିମ୍ ସହ ପଡ଼ିଆକୁ ଓହ୍ଲାଇବାକୁ ଯୋଜନା କରୁଛି।

Comment