ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମହାମାୟାଙ୍କ ମହାଷ୍ଟମୀ ପୂଜା। ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ। କରୋନା କଟକଣା ପାଇଁ ଉତ୍ସବ ଫିକା ପଡ଼ିଥିଲେ ବି ରୀତିନୀତି ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜଗତଜନନୀଙ୍କର ପୂଜା ଅର୍ଚ୍ଚନା।

କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ଏଥର ବିନା ଭକ୍ତରେ ପୂଜାର ଆୟୋଜନ କରାଯାଇଛି। ଘରେ ରହି ମା’ଙ୍କୁ ଆରାଧନା କରୁଛନ୍ତି ଭକ୍ତ। ଫଳରେ ମଣ୍ଡପରେ କେବଳ ପୂଜକ ଓ ଆୟୋଜକ ହିଁ ପୂଜାରେ ସାମିଲ ହୋଇଛନ୍ତି।

ସକାଳୁ ମା’ଙ୍କର ସୂର୍ଯ୍ୟ ପୂଜା କରାଯାଇଥିଲା। ଷୋଡ଼ଶ ପୂଜା ଉପଚାର ପରେ ମା’ଙ୍କ ନିକଟରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା। ମହାଷ୍ଟମୀରେ ମା’ ଦୁର୍ଗାଙ୍କର ମହାଗୌରୀ ରୂପକୁ ପୂଜା କରାଯାଏ।

ଅନ୍ୟପଟେ ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ସମ୍ବଲପୁର ଆଦି ସହରରେ ନିରାଡମ୍ବର ସହ ଦୁର୍ଗାପୂଜା ପାଳିତ ହେଉଛି।

Comment