ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଗତ ସପ୍ତାହରେ ଲଞ୍ଚ୍ ହୋଇଥିବା OPPO A15 ସ୍ମାର୍ଟଫୋନ୍‌ର ବିକ୍ରି ଆରମ୍ଭ ହୋଇଛି। ଗ୍ରାହକମାନେ ଏହି ଫୋନ୍‌କୁ ଆମାଜନରୁ କିଣିପାରିବେ। ଏଥିସହ ଏହାକୁ ଅଫ୍‌ଲାଇନ୍ ଷ୍ଟୋର୍‌ରେ ମଧ୍ୟ ବିକ୍ରି କରାଯାଉଛି। ତେବେ ଆସନ୍ତୁ ଜାଣିବା ଏହି ଫୋନ୍‌ର ଫିଚର ଓ ଦାମ୍ ବିଷୟରେ…

ଫିଚର

Oppo A15ରେ ଡୁଆଲ ନାନୋ ସିମ୍ ସପୋର୍ଟ ମିଳୁଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ColorOS ୭.୨ରେ ଚାଲୁଛି। ଏଥିରେ ୬.୫୨ ଇଞ୍ଚ୍‌ର ଏଚ୍‌ଡି ପ୍ଲସ୍ (୭୨୦*୧,୬୦୦) ଡିସ୍‌ପ୍ଲେ ଦିଆଯାଇଛି।

ଏହି ସ୍ମାର୍ଟଫୋନ୍‌ରେ ୩ ଜିବି ରାମ୍ ସହିତ ଅକ୍ଟାକୋର୍ ମିଡିଆଟେକ୍ ହିଲିଓ ପି୩୫ ପ୍ରୋସେସର ଉପଲବ୍ଧ। ଏଥିରେ ୩୨ ଜିବିର ଇଣ୍ଟରନାଲ ଷ୍ଟୋରଜ୍ ରହିଛି, ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

ଏହି ଫୋନ୍ ଡାଇନାମିକ୍ ବ୍ଲାକ୍ ଓ ମିଷ୍ଟ୍ରି ବ୍ଲୁ କଲରରେ ଉପଲବ୍ଧ ହେଉଛି। Oppo A15କୁ ଗ୍ରାହକମାନେ ୧୦,୯୯୦ ଟଙ୍କାରେ କିଣିପାରିବେ।କ୍ୟାମେରା

ଫଟୋଗ୍ରାଫି ପାଇଁ ଏଥିରେ ୩ଟି ରିୟର କ୍ୟାମେରା ମିଳୁଛି। ପ୍ରାଇମେରୀ କ୍ୟାମେରା ୧୩MP, ମାକ୍ରୋ କ୍ୟାମେରା ୨MP ଓ ଡେପ୍‌ଥ କ୍ୟାମେରା ୨MPରେ ଉପଲବ୍ଧ ହେଉଛି। ସେଲ୍ଫି ପାଇଁ ଏଥିରେ ୫MPର ଫ୍ରଣ୍ଟ କ୍ୟାମେରା ରହିଛି।

ବ୍ୟାଟେରି କନେକ୍ଟିଭିଟି

Oppo A15ରେ ୪,୨୩୦ mAh ବ୍ୟାଟେରି ମିଳୁଛି। ଏଥିସହ ୧୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ବି ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ ୪ଜି LTE, ଓ୍ଵାଇ-ଫାଇ, ବ୍ଲୁଟୁଥ୍ ଭି୫.୦, ଜିପିଏସ୍/ଏ-ଜିପିଏସ୍, ମାଇକ୍ରୋ-ୟୁଏସ୍‌ବି ଓ ଗୋଟିଏ ୩.୫ ଏମ୍‌ଏମ୍ ହେଡ୍‌ଫୋନ୍ ଜ୍ୟାକ୍ ସପୋର୍ଟ ଦିଆଯାଉଛି।

ଅଫର

ଆମାଜନରୁ ଏହି ଫୋନ୍‌କୁ ଆଇସିଆଇସିଆଇ ବ୍ୟାଙ୍କ, ସିଟି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ କାର୍ଡରେ କିଣିଲେ ୧୦ ପ୍ରତିଶତ ତତ୍କାଳ ରିହାତି ମିଳିବ। ଏଥିସହ ଆମାଜନ ଅଫର ଓ ନୋ କଷ୍ଟ ଇଏମ୍‌ଆଇ ସୁବିଦା ମଧ୍ୟ ଦିଆଯିବ।

Comment