ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୧,୬୩୩ ନୂଆ ପଜିଟିଭ୍
  • କ୍ଵାରେଣ୍ଟାଇନ୍‌ରୁ ୯୫୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୭୮ ଜଣ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୮୧,୨୧୫କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ୧,୬୩୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୯୫୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୭୮ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୧ ହଜାର ପାର୍ କରିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୩୨ ଜଣ, ସୁନ୍ଦରଗଡ଼ରୁ ୧୦୬ ଜଣ, କେନ୍ଦ୍ରାପଡ଼ାରୁ ୧୦୫ ଜଣ, ଅନୁଗୁଳରୁ ୧୦୦ ଜଣ, ନୂଆପଡ଼ାରୁ ୮୯ ଜଣ ପଜିଟିଭ୍ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୮୧,୨୧୫କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୬୨,୦୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୭,୮୮୬ ଜଣ ସକ୍ରିୟ ରୋଗୀ ଅଛନ୍ତି।

Comment