ଓଡ଼ିଶାଲାଇଭ୍ ବ୍ୟୁରୋ

ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରଥମ ସି ପ୍ଲେନ୍ ଉଦ୍‌ଘାଟନ କରିଛନ୍ତି। ଏଥିସହ ମୋଦୀ ଏଥିରେ କେଓ୍ଵଡ଼ିଆରୁ ଅହମଦାବାଦ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି। ଏହି ପ୍ଲେନ୍ ପ୍ରତିଦିନ ସାବରମତୀ ରିଭରଫ୍ରଣ୍ଟରୁ କେଓ୍ଵଡ଼ିଆ ପର୍ଯ୍ୟନ୍ତ ଚାଲିବ।ଏହି ସି ପ୍ଲେନ୍ ଉଭୟ ଜଳ ଓ ସ୍ଥଳରେ ଉଡ଼ାଣ ଭରିପାରିବ ଏବଂ ଲ୍ୟାଣ୍ଡ କରିପାରିବ। ପ୍ରାୟ ୩୦୦ ମିଟର ରନଓ୍ଵେରେ ଏହା ଉଡ଼ାଣ ଭରିପାରିବ। ସି ପ୍ଲେନ୍‌ରେ ଏକାଥରକରେ ୧୯ ଜଣ ଯାତ୍ରୀ ଯାତ୍ରା କରିପାରିବେ।ଏହି ପ୍ଲେନ୍‌ର ଓଜନ ହେଉଛି ୩,୩୭୭ କିଲୋଗ୍ରାମ। ଏଥିରେ ୧,୪୧୯ ଲିଟର ପେଟ୍ରୋଲ ଭରିହେବ। ପ୍ରତି ଏକ ଘଣ୍ଟାର ଉଡ଼ାଣ ପାଇଁ ଏଥିରେ ୨୭୨ ଲିଟର ପେଟ୍ରୋଲ ଖର୍ଚ୍ଚ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୨୦୧୭ ମସିହାରେ ଗୁଜୁରାଟ ବିଧାନସଭା ନିର୍ବାଚନୀ ପ୍ରଚାରର ଶେଷ ଦିନରେ ସି ପ୍ଲେନ୍‌ରେ ଯାତ୍ରା କରିଥିଲେ।

Comment