ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ନିର୍ଦ୍ଦେଶକ ରାଜୁ ମିଶ୍ର। ଆଜି ୭୨ ବର୍ଷ ବୟସରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଜଣେ ସିନେ ନିର୍ଦ୍ଦେଶକ, ଲେଖକ, ସିନେମାଟୋଗ୍ରାଫର ଭାବେ ରାଜୁ ମିଶ୍ର ଓଡ଼ିଆ ଫିଲ୍ମ ଜଗତରେ ବେଶ ସୁନାମ ଅର୍ଜନ କରିପାରିଥିଲେ। ତାଙ୍କ ନିର୍ଦ୍ଦେଶିତ ଜୋର ଯାର ମୁଲକ ତାର, ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳା ଠାକୁର ଭଳି ଫିଲ୍ମ ନବେ ଦଶକରେ ହିଟ୍ ସାବ୍ୟସ୍ତ ହୋଇଥିଲା। ଏଥିସହିତ ସେ ଆସୁଛି ମୋ କାଳିଆ ସୁନା, ସାଗର ଗଙ୍ଗା, ସିଂହ ବାହିନୀ, ରୁପା ଗାଁ’ର ସୁନା କନିଆ, ହରି ଭାଇ ହାରେନା ଓ ଜୀବନ ମୃତ୍ୟୁ ଭଳି ଫିଲ୍ମର ମଧ୍ୟ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।

ରାଜୁ ମିଶ୍ର କେବଳ ଫିଲ୍ମ ନିର୍ଦ୍ଦେଶନା ନୁହେଁ ବଂର ଜଣେ ସିନେମାଟୋଗ୍ରାଫର୍ ଭାବେ ମଧ୍ୟ ବେଶ ସୁଖ୍ୟାତି ଅର୍ଜନ କରିଥିଲେ। ତାଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା ଜନନୀ, ଚକା ଆଖି ସବୁ ଦେଖୁଛି, ଦଇବ ଦଉୁଡ଼ି, ସାଗର ଗଙ୍ଗା ଭଳି ହିଟ୍ ଫିଲ୍ମ।

ସେହିପରି ସେ ମମତା ମାଗେ ମୂଲ, ଜୋର ଯାର ମୁଲକ ତାର, ପଥର ଖସୁଛି ବଡ଼ ଦେଉଳୁ ଭଳି ହିଟ୍ ଫିଲ୍ମର ରଚନା ମଧ୍ୟ କରିଥିଲେ। ଆଜି ତାଙ୍କର ଅବର୍ତ୍ତମାନରେ ଓଡ଼ିଆ ଫିଲ୍ମ ଜଗତରେ ଏକ ଗଭୀର ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Comment