ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୧,୪୭୪ ନୂଆ ଆକ୍ରାନ୍ତ, ୧୨ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୯୫,୮୮୯କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୬୪କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ୧,୪୭୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୮୫୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୧୯ ଜଣ ପଜିଟିଭ୍ ଅଛନ୍ତି। ସେହିପରି ଆଜି ୧୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୨୦ ଜଣ, ସୁନ୍ଦରଗଡ଼ରୁ ୧୦୪ ଜଣ, ବଲାଙ୍ଗିରରୁ ୮୯ ଜଣ, ବାଲେଶ୍ଵରରୁ ୭୮ ଜଣ, ଅନୁଗୁଳରୁ ୭୬ ଜଣ, ପୁରୀରୁ ୭୩ ଜଣ ପଜିଟିଭ୍ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୯୫,୮୮୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୮୦,୫୫୩ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୯୧୯ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ୧୨ ମୃତକଙ୍କୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୬୪କୁ ବୃଦ୍ଧି ପାଇଛି।

Comment