ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ପକ୍ଷରୁ ଆଜି ନୂଆ ଦିନିକିଆ ରାଙ୍କିଙ୍ଗ ପ୍ରକାଶ ପାଇଛି। ଯେଉଁଥିରେ ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି ଓ ରୋହିତ ଶର୍ମା ଟପ୍-୨ ସ୍ଥାନ ବଜାୟ ରଖିଛନ୍ତି। କୋହଲି ୮୭୧ ପଏଣ୍ଟ ସହ ବ୍ୟାଟିଂ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ଥିବାବେଳେ ରୋହିତ ୮୫୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

କରୋନା ଭାଇରସ କାରଣରୁ ଦୀର୍ଘ ଦିନ ହେଲା ଟିମ୍ ଇଣ୍ଡିଆ କୌଣସି କ୍ରିକେଟ୍ ସିରିଜ୍ ଖେଳିନି। ଏହାସତ୍ତ୍ୱେ ଭାରତର ଦୁଇଟି ବ୍ୟାଟ୍ସମ୍ୟାନ ତାଲିକାର ଉପରେ ରହିଛନ୍ତି। ଅନ୍ୟପଟେ ପାକିସ୍ତାନୀ ଅଧିନାୟକ ବାବର ଆଜମ ଜିମ୍ବାୱେ ବିପକ୍ଷ ସିରିଜରେ ୨୨୧ କରିଥିବାବେଳେ ପୂର୍ବଭଳି ସେହି ତୃତୀୟ ସ୍ଥାନ (୮୩୭)ରେ ରହିଛନ୍ତି।

ସେହିଭଳି ବୋଲିଂ ତାଲିକାରେ ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲିର ଟ୍ରେଣ୍ଟ ବୋଲ୍ଟ ୭୨୨ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଭାରତୀୟ ବୋଲର ଜଶପ୍ରୀତ ବୁମରା ଓ ଆଫଗାନୀ ସ୍ପିନର ମୁଜିବ ଉର ରେହମାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here