ଓଡ଼ିଶାଲାଇଭ୍ ବ୍ୟୁରୋ

୨ ହଜାର ଟଙ୍କା ମଧ୍ୟରେ ଉପଲବ୍ଧ ହେଉଥିବା ଟପ୍ ୫ ଓ୍ଵାୟରଲେସ୍ ଇୟରଫୋନ୍‌ର ଫିଚର ଓ ଦାମ୍ ବିଷୟରେ ଜାଣନ୍ତୁ।

ଚଳିତବର୍ଷ ଭାରତୀୟ ବଜାରରେ ଟ୍ରୁ ଓ୍ଵାୟରଲେସ୍ ଇୟରଫୋନ୍ ସେଗ୍‌ମେଣ୍ଟ(TWS)ରେ ବିଭିନ୍ନ କମ୍ପାନିର ଇୟରଫୋନ୍ ଲଞ୍ଚ୍ ହୋଇଛି। ତେବେ ସବୁଠୁ ଖାସ୍ କଥା ହେଉଛି, ପୂର୍ବାପେକ୍ଷା ଏଗୁଡ଼ିକର ଦାମ୍ ଯଥେଷ୍ଟ କମ୍ ରହିଛି। ଏମିତିକି ୨ ହଜାର ଟଙ୍କାରୁ କମ୍ ଦରରେ ମଧ୍ୟ ବହୁତ ଭଲ TWS ଇୟରଫୋନ୍ ଉପଲବ୍ଧ ହେଉଛି। ତେବେ ଜାଣନ୍ତୁ ସେମିତି ୫ଟି ବେଷ୍ଟ ଇୟରଫୋନ୍‌ ବିଷୟରେ…Redmi Earbuds 2C

ରେଡ୍‌ମିର ଏହି ଇୟରଫୋନ୍‌ ୧,୨୯୯ ଟଙ୍କାରେ ଉପଲବ୍ଧ ହେଉଛି। ଏଥିରେ ଚାର୍ଜିଂ କେସ୍ ସହିତ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ସପୋର୍ଟ ମିଳୁଛି। ଏହି ଇୟରଫୋନ୍‌ରେ ଟଚ୍ କଣ୍ଟ୍ରୋଲ୍ ମଧ୍ୟ ଦିଆଯାଇଛି। କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ ମିଳୁଛି।boAt Airdopes 131

ଅଡିଓ କମ୍ପାନି ବୋଟ୍‌ର ଏହି ଓ୍ଵାୟରଲେସ୍ ଇୟରଫୋନ୍‌ର ଦାମ୍ ମଧ୍ୟ ୧,୨୯୯ ଟଙ୍କା ରହିଛି। ଏହାର ବହୁତ ହାଲ୍‌କା ହୋଇଥିବା ବେଳେ ଏଥିରେ ୧୨ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ସପୋର୍ଟ ମିଳୁଛି। କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ ସପୋର୍ଟ ମିଳୁଛି। ଉଭୟ ବଡ୍ସରେ ୧୩ ଏମ୍‌ଏମ୍‌ର ଡ୍ରାଇଭର୍ସ ଦିଆଯାଇଛି।OPPO Enco W11

ଓପ୍ପୋର ଅଫିସିଆଲ୍ ଓ୍ଵେବ୍‌ସାଇଟ୍‌ରେ ବର୍ତ୍ତମାନ ଏହି ଇୟରଫୋନ୍‌କୁ ୧,୭୯୯ ଟଙ୍କାରେ ବିକ୍ରି କରାଯାଉଛି। ଏଥିରେ ୨୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ସପୋର୍ଟ ମିଳୁଛି। ଏହା ଏନ୍‌ହାନ୍ସ ବେସ୍‌ ସହିତ ଉପଲବ୍ଧ ହେଉଛି। କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ ସପୋର୍ଟ ଦିଆଯାଇଛି। ଏହି ବଡ୍ସ AAC ଅଡିଓ ସପୋର୍ଟ ସହ ଆସୁଛି। ଉଭୟ ବଡ୍ସରେ ୮ ଏମ୍‌ଏମ୍‌ର ଡ୍ରାଇଭର୍ସ ବ୍ୟବହାର କରାଯାଇଛି।Noise Shots Nuvo

ଏହି ଓ୍ଵାୟରଲେସ୍ ଇୟରଫୋନ୍‌ର ଦାମ୍ ରହିଛି ୧,୯୯୯ ଟଙ୍କା। କମ୍ପାନିର ଦାବି ଅନୁଯାୟୀ, ଏହାକୁ ମାତ୍ର ୧୦ ମିନିଟ୍ ଚାର୍ଜ କଲେ ୮୦ ମିନିଟ୍ ପର୍ଯ୍ୟନ୍ତ ଗୀତ ଶୁଣିହେବ। ଏହାର ବଡ୍ସର ଓଜନ ବହୁତ କମ୍। କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ୍ ୫.୦ ସପୋର୍ଟ ମିଳୁଛି। ଏହା ଉଭୟ ଆଣ୍ଡ୍ରଏଡ୍ ଓ iOSରେ ଚାଲିପାରେ। ଏଥିସହ ଏହି ଇୟରଫୋନ୍‌ରେ ଭଏସ୍ ଆସିଷ୍ଟାଣ୍ଟ ସପୋର୍ଟ ମଧ୍ୟ ଦିଆଯାଇଛି।Realme Buds Q

ରିୟଲମିର ଏହି ଟ୍ରୁ ଓ୍ଵାୟରଲେସ୍ ଇୟରବଡ୍ସର ଦାମ୍ ହେଉଛି ୧,୯୯୯ ଟଙ୍କା। ଏଥିରେ ୨୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ସପୋର୍ଟ ମିଳୁଛି। ଖାସ୍ କଥା ହେଉଛି ଜୋସ୍ ଲେଭି ଏହାକୁ ଡିଜାଇନ୍ କରିଛନ୍ତି।

ଉଭୟ ବଡ୍ସରେ ସୁପର ଲୋ-ଲାଟେନ୍ସି ଗେମିଂ ମୋଡ୍, ଟଚ୍ କଣ୍ଟ୍ରୋଲ୍ସ, ବ୍ଲୁଟୁଥ୍ ୫.୦ ଏବଂ ୧୦ ଏମ୍‌ଏମ୍‌ ବଡ଼ ଡ୍ରାଇଭର ଭଳି ବି ମିଳୁଛି। ଏହି ଇୟରଫୋନ୍‌ କଳା, ଧଳା ଏବଂ ହଳଦିଆ ପରି ତିନୋଟି ରଙ୍ଗରେ ଉପଲବ୍ଧ ହେଉଛି।

Comment