ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
- ଦିନକରେ ୧,୩୮୫ ପଜିଟିଭ୍ ଚିହ୍ନଟ, ୧୪ ମୃତ
- ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪କୁ ବୃଦ୍ଧି
- ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୭୮କୁ ବୃଦ୍ଧି
ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ପୁଲ୍ରୁ ଆଜି ୧,୩୮୫ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍ରୁ ୭୯୮ ଜଣ ଥିବା ବେଳେ ୫୮୭ଟି ଲୋକାଲ୍ କେସ୍ ରହିଛି। ସେହିପରି ଆଜି ରାଜ୍ୟରେ ଆଉ ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।
Covid-19 Report For 4th November
New Positive Cases: 1385
In Quarantine: 798
Local Contacts: 587(Details of local contacts will be shared by concerned District Administration)
District Wise Cases:
1. Angul: 88
2. Balasore: 36
3. Bargarh: 55
4. Bhadrak: 31
5. Balangir: 77— I & PR Department, Odisha (@IPR_Odisha) November 5, 2020
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୫୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୦୯ ଜଣ, ମୟୂରଭଞ୍ଜରୁ ୧୦୩ ଜଣ, ସୁନ୍ଦରଗଡ଼ରୁ ୯୧ ଜଣ, ଅନୁଗୁଳ ଓ ନୂଆପଡ଼ାରୁ ୮୮ ଜଣ ଲେଖାଏଁ, ବଲାଙ୍ଗିରରୁ ୭୭ ଜଣ ଆକ୍ରାନ୍ତ ଅଛନ୍ତି।
22. Mayurbhanj: 103
23. Nawarangpur: 21
24. Nayagarh: 32
25. Nuapada: 88
26. Puri: 35
27. Rayagada: 10
28. Sambalpur: 30
29. Sonepur: 5
30. Sundargarh: 91
31. State Pool: 31New recoveries: 1520
Cumulative tested: 4787026
Positive: 297274
Recovered: 282073
Active cases: 13770— I & PR Department, Odisha (@IPR_Odisha) November 5, 2020
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୯୭,୨୭୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୮୨,୦୭୩ ଜଣ ସୁସ୍ଥ ହୋଇଥିବା ବେଳେ ୧୩,୭୭୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୭୮କୁ ବୃଦ୍ଧି ପାଇଛି।