ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵ କ୍ରିକେଟରେ ସେ ହେଲେ ନମ୍ଵର – ୧ ଖେଳାଳି। କେହି କେହି ତାଙ୍କୁ ଟିମ୍‌ ଇଣ୍ଡିଆର ରନ୍‌ ମେସିନ ବି କୁହନ୍ତି। ଖୁବ୍ ଅଳ୍ପ ଦିନର କ୍ରିକେଟ କ୍ୟାରିଅରରେ ଅନେକ ସଫଳତା ସାଉଁଟିଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଜି ୩୨ ବର୍ଷରେ ପାଦ ଥାପିଛନ୍ତି। ୧୯୮୮ ନଭେମ୍ଵର ମାସ ଆଜିର ଦିନରେ ନୂଆ ଦିଲ୍ଲୀରେ ତାଙ୍କର ଜନ୍ମ ହୋଇଥିଲା।

୩୨ ବର୍ଷୀୟ ଏହି କ୍ରିକେଟ ତାରକା ବର୍ତ୍ତମାନ କ୍ରିକେଟ ଦୁନିଆରେ ନିଜକୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପ୍ରତିଷ୍ଠିତ କରିପାରିଛନ୍ତି। ଏଥିପାଇଁ ସେ କିଙ୍ଗ୍ କୋହଲି ଭାବେ ବେଶ୍ ପରିଚିତ। କ୍ରିକେଟକୁ ସବୁଠୁ ଅଧିକ ଭଲ ପାଆନ୍ତି ବିରାଟ। ଏପରିକି ସେ କ୍ରିକେଟ ପାଇଁ ବାପାଙ୍କ ମୃତ୍ୟୁରେ ବି ମ୍ୟାଚ ଖେଳିବା ବନ୍ଦ କରିନଥିଲେ।

ଘଟଣାଟି ହେଉଛି ୨୦୦୬ ମସିହାର, ବିରାଟ ସେତେବେଳେ ଦିଲ୍ଲୀ ଦଳ ପାଇଁ ରଣଜୀ ମ୍ୟାଚ୍ ଖେଳୁଥାନ୍ତି। ଡିସେମ୍ଵର ମାସରେ କର୍ଣ୍ଣାଟକ ଏବଂ ଦିଲ୍ଲୀ ମଧ୍ୟରେ ଏକ ୪ଦିନିଆ ଟୁର୍ଣ୍ଣାମେଣ୍ଟ ଚାଲିଥାଏ। ୩ ଦିନର ଖେଳ ସରିଯାଇଥାଏ। ଶେଷ ମ୍ୟାଚ୍ ଦିନ ଭୋର ପ୍ରାୟ ସାଢ଼େ ୨ଟାରେ ହଠାତ୍‌ ବିରାଟଙ୍କ ବାପାଙ୍କ ହୃଦ୍‌ଘାତରେ ବିୟୋଗ ହୋଇଗଲା। ପରିବାରର ସମସ୍ତେ ତାଙ୍କ ବାପାଙ୍କ ଅକାଳ ବିୟୋଗରେ ଖୁବ୍ ଭାଙ୍ଗି ପଡ଼ିଥିଲେ। କିନ୍ତୁ ବିରାଟ ସେଦିନ କାନ୍ଦି ନଥିଲେ। ଆଉ ମ୍ୟାଚ୍ ଖେଳିବାକୁ ଚାଲିଆସିଥିଲେ। ବିରାଟ ନିଜର ପାରୁ ପର୍ଯ୍ୟନ୍ତ ମ୍ୟାଚ୍‌ ଜିତାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେଦିନ ତାଙ୍କ ଦଳ ହାରିଯାଇଥିଲା।

ପୁରା ଟୁର୍ଣ୍ଣାମେଣ୍ଟ ସରିବା ପରେ ବିରାଟ ଡ୍ରେସିଂ ରୁମ୍‌କୁ ଆସି ଖୁବ୍ କାନ୍ଦିଥିଲେ। ବାପାଙ୍କ ମୃତ୍ୟରେ ବି ତାଙ୍କ ମ୍ୟାଚ୍ ଖେଲିବାକୁ ଅନେକ ନିନ୍ଦା କରିଥିଲେ। କିନ୍ତୁ ବିରାଟ କହିଥିଲେ। ତାଙ୍କ ବାପାଙ୍କ ଶେଷ ଇଚ୍ଛା ଥିଲା କି ବିରାଟ କ୍ରିକେଟ ଦୁନିଆରେ ବହୁତ ଆଗକୁ ଯାଆନ୍ତୁ। ତେଣୁ ଏପରି କ୍ଷେତ୍ରରେ ସେ ଭାଙ୍ଗି ନପଡ଼ି ବାପାଙ୍କ ଶେଷ ଇଚ୍ଛାକୁ ସଫଳ କରିବାକୁ ଆଗେଇ ଆସିଥିଲେ।

Comment