ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ଭିଭୋ ନିଜର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି। ଏହାର ନାଁ ରହିଛି Vivo S7e 5G। ଏଥିରେ ୬୪ ମେଗାପିକ୍ସେଲର ପ୍ରାଇମେରୀ ରିୟର କ୍ୟାମେରା ଦିଆଯାଇଛି। ଏଥିସହ ୫ଜି ସପୋର୍ଟ ମଧ୍ୟ ମିଳୁଛି। ତେବେ କମ୍ପାନି ପକ୍ଷରୁ ଏହି ଫୋନ୍‌ର ଦାମ୍ ବିଷୟରେ କିଛି ସ୍ପଷ୍ଟ କରାଯାଇନାହିଁ।

ଫିଚର

Vivo S7e 5G ଫୋନ୍‌ରେ ୬.୪୪ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ଦିଆଯାଇଛି। ଆସ୍‌ପେକ୍ଟ ରେସିଓ ୨୦:୯ ରହିଛି। ଏଥିରେ ଆମୋଲେଡ୍ ପ୍ୟାନେଲ୍ ଦିଆଯାଇଛି। ଏଥିସହ ଏହି ଫୋନ୍‌ରେ ମିଡିଆଟେକ୍ ଡାଇମେନ୍‌ସିଟି ୭୨୦ ଅକ୍ଟାକୋର୍ ପ୍ରୋସେସର୍ ଦିଆଯାଇଛି।

Vivo S7e 5Gରେ ଆଣ୍ଡ୍ରଏଡ୍ ୧୦ ଆଧାରିତ Funtouch OS 10.5 ଦିଆଯାଇଛି। ଏହି ଫୋନ୍ ବ୍ଲାକ୍, ବ୍ଲୁ ଓ ସିଲ୍‌ଭର୍ କଲରରେ ଉପଲବ୍ଧ ହେବ।ଷ୍ଟୋରେଜ୍

ଭିଭୋର ଏହି ଫୋନ୍‌ରେ ୮ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ମିଳିବ। ମାଇକ୍ରୋ ଏଚ୍‌ଡି କାର୍ଡ ବ୍ୟବହାର କରି ମେମୋରିକୁ ବୃଦ୍ଧି କରାଯାଇପାରିବ।

କ୍ୟାମେରା

Vivo S7e 5Gରେ ତିନୋଟି ରିୟର କ୍ୟାମେରା ଦିଆଯାଇଛି। ପ୍ରାଇମେରୀ କ୍ୟାମେରାଟି ୬୪ MPର ହୋଇଥିବା ବେଳେ ଦ୍ଵିତୀୟ କ୍ୟାମେରା ୮ MP ଓ ତୃତୀୟ କ୍ୟାମେରା ୨ MPରେ ଉପଲବ୍ଧ ହେବ।

କମ୍ପାନିର ସୂଚନା ଅନୁଯାୟୀ, ଏଥିରେ ୧୦X ଡିଜିଟାଲ ଜୁମ୍ ଦିଆଯାଇଛି। ସେଲ୍ଫି ପାଇଁ ଏହି ଫୋନ୍‌ରେ ୩୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଅଛି।ବ୍ୟାଟେରି

Vivo S7e 5Gରେ ୪,୧୦୦mAh ବ୍ୟାଟେରି ରହିଛି। ଏଥିସହ ୩୩ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ବି ମିଳିବ। ଏଥିସହ ଅଣ୍ଡର ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି।

କନେକ୍ଟିଭିଟି

କନେକ୍ଟିଭିଟି ପାଇଁ ଏହି ଫୋନ୍‌ରେ ୟୁଏସ୍‌ବି ଟାଇପ୍ ସି, ବ୍ଲୁଟୁଥ୍ ଭି୫ ସହ ହେଡ୍‌ଫୋନ୍ ଜ୍ୟାକ୍ ଓ ୫ଜି କନେକ୍ଟିଭିଟି ଦିଆଯାଇଛି। ଭାରତରେ ଏହା କେବେ ଲଞ୍ଚ୍ ହେବ ସେନେଇ କମ୍ପାନି କିଛି ସ୍ପଷ୍ଟ କରିନାହିଁ।

Comment