ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୧୦ରେ ଲଞ୍ଚ୍ ହେବାକୁ ଥିବା Honor 10X Liteର ଫିଚର ଓ ଦାମ୍ ବିଷୟରେ ଜାଣନ୍ତୁ।

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନି ଅନର୍ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିବାକୁ ଯାଉଛି। ଏହାର ନାଁ ରହିଛି Honor 10X Lite। ଏହି ଫୋନ୍‌ରେ ପଞ୍ଚ୍ ହୋଲ୍ କ୍ୟାମେରା ସହିତ ଅନେକ ଆକର୍ଷଣୀୟ ଫିଚର ମିଳିବ ବୋଲି କୁହାଯାଉଛି।

ଫିଚର ଓ ଦାମ୍

Honor 10X Lite ଆଣ୍ଡ୍ରଏଡ୍ ୧୦ ଆଧାରିତ ଅନର୍ ମ୍ୟାଜିକ୍ ୟୁଆଇ ୩.୧ ଅପରେଟିଭ୍ ସିଷ୍ଟମରେ ଚାଲିବ ବୋଲି କୁହାଯାଉଛି। ଏଥିରେ ୬.୬୭ ଇଞ୍ଚ୍‌ର IPS ଆଧାରିତ LCD ଡିସ୍‌ପ୍ଲେ ଦିଆଯିବ, ଯାହାର ରିଜୋଲ୍ୟୁସନ ୧,୦୮୦X୨,୪୦୦ ପିକ୍ସେଲବିଶିଷ୍ଟ ହେବ। ଏଥିସହ କିରିନ୍ ୭୧୦ ଏ ପ୍ରୋସେସର ମିଳିବ।

Honor 10X Lite ପାଖାପାଖି ୧୫,୯୦୦ ଟଙ୍କାରେ ଉପଲବ୍ଧ ହୋଇପାରେ ବୋଲି ଆଶା କରାଯାଉଛି।ଷ୍ଟୋରେଜ୍

ଏହି ଫୋନ୍‌ରେ ୪ ଜିବି ରାମ୍ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ୍ ମିଳିବ। ଏହାକୁ ମାଇକ୍ରୋ ଏସ୍‌ଡି କାର୍ଡ ଜରିଆରେ ବୃଦ୍ଧି କରାଯାଇପାରିବ।

କ୍ୟାମେରା

ଫଟୋଗ୍ରାଫି ପାଇଁ Honor 10X Lite ସ୍ମାର୍ଟଫୋନ୍‌ରେ କ୍ଵାଡ୍ ରିୟର କ୍ୟାମେରା ସେଟ୍‌ଅପ୍ ମିଳିବ। ଏଥିରେ ୪୮ MPର ପ୍ରାଇମେରୀ ସ୍ନାପର, ୮ MPର ଅଲଟ୍ରା ଓ୍ଵାଇଡ୍ ଆଙ୍ଗେଲ ଲେନ୍ସ, ୨ MPର ମାକ୍ରୋ ସୁଟର ଓ ୨ MPର ଡେଫ୍‌ଥ ସେନ୍ସର ମିଳିବ।

ସେହିପରି ସେଲ୍ଫି ପାଇଁ ଏହି ଫୋନ୍‌ରେ ୮ MPର ପଞ୍ଚ୍ ହୋଲ୍ କ୍ୟାମେରା ଦିଆଯିବ ବୋଲି କୁହାଯାଉଛି।ବ୍ୟାଟେରି

Honor 10X Liteରେ ୫,୦୦୦mAh ବ୍ୟାଟେରି ମିଳିବ। ଏହା ସହିତ ୨୨.୫ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯିବ।

କନେକ୍ଟିଭିଟି

କନେକ୍ଟିଭିଟି ପାଇଁ ଏହି ସ୍ମାର୍ଟଫୋନ୍‌ରେ ବ୍ଲୁଟୁଥ୍ ୫.୧, ୨.୪ GHz Wi-Fi, LTE, ୩.୫ ଏମ୍‌ଏମ୍‌ର ହେଡ୍‌ଫୋନ୍ ଜ୍ୟାକ୍ ଓ ୟୁଏସ୍‌ବି ଟାଇପ୍-ସି ପୋର୍ଟ ଆଦି ଦିଆଯିବ।

Comment