ଓଡ଼ିଶାଲାଇଭ୍ ବ୍ୟୁରୋ

ଚାରା ଦୁର୍ନୀତି ମାମଲାରେ ଜେଲରେ ଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ଲାଗିଛି ଝଟକା। ତାଙ୍କ ଜାମିନ ଆବେଦନ ଶୁଣାଣିକୁ ଶୁକ୍ରବାର ଝାଡ଼ଖଣ୍ଡ ହାଇକୋର୍ଟ ନଭେମ୍ବର ୨୭ ଯାଏଁ ଘୁଞ୍ଚାଇ ଦେଇଛନ୍ତି।

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ବର୍ତ୍ତମାନ ଜେଲରେ ଅଛନ୍ତି। ଦୁମକା ଟ୍ରେଜେରି କେସରେ ସେ ଏବେ ସୁଦ୍ଧା ଅଧା ଜେଲଦଣ୍ଡ ଭୋଗିସାରିଲେଣି। ତେଣୁ ଜେଲରୁ ବାହାରିବା ପାଇଁ କିଛି ଦିନ ତଳେ ସେ ଜାମିନ୍ ଆବେଦନ କରିଥିଲେ। ଏହାର ଶୁଣାଣି ଶୁକ୍ରବାର ହେବାକୁ ଥିଲା। ହେଲେ କୋର୍ଟ ଏହି ଆବେଦନକୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ଯାହା ଫଳରେ ଲାଲୁଙ୍କୁ ଏବେ ଆହୁରି କିଛି ଦିନ ଜେଲରେ ରହିବାକୁ ପଡ଼ିବ।ଏହାକୁ ନେଇ ଲାଲୁଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି ଯେ, ଲାଲୁ ଯାଦବ ନିଜର ଅଧା ଜେଲଦଣ୍ଡ ଭୋଗିସାରିଲେଣି। ସେଥିପାଇଁ ସେ ଜାମିନ୍ ପାଇଁ ଆବେଦନ କରିଥିଲେ। ତେଣୁ ଖୁବଶୀଘ୍ର ଲାଲୁଙ୍କୁ ଜାମିନ୍ ମିଳିଯିବ ବୋଲି ସେ  ଆଶା ରଖିଛନ୍ତି।

ଦୁମକା ଟ୍ରେଜେରିରୁ କୋଟି କୋଟି ଟଙ୍କା ବେନିୟମ ଭାବେ ଉଠାଇଥିବା ମାମଲାରେ ରାଞ୍ଚିସ୍ଥିତ ସିବିଆଇର ସ୍ୱତନ୍ତ୍ର କୋର୍ଟ ଲାଲୁଙ୍କୁ ୭ ବର୍ଷ ପାଇଁ ଜେଲଦଣ୍ଡ ଶୁଣାଇଥିଲା। ଏହାପରେ ଲାଲୁ ଏବେ ସୁଦ୍ଧା ଅଧା ଜେଲଦଣ୍ଡ ଭୋଗିସାରିଲେଣି।

Comment