ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍‌ ହସ୍ପିଟାଲରେ ଚିକିତ୍ସିତ ହୋଇ କରୋନାରୁ ସୁସ୍ଥ ହୋଇଛନ୍ତି ୯୨ ବର୍ଷୀୟା ବୃଦ୍ଧା। ସେ ହେଲେ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ସରୋଜିନୀ ପଟ୍ଟନାୟକ।

କିଛି ଦିନ ଧରି ଥଣ୍ଡା, ଜ୍ୱର ଓ କାଶ ଲାଗି ରହିବା ପରେ ସରୋଜିନୀଙ୍କର କୋଭିଡ ପରୀକ୍ଷା କରାଇଥିଲେ ତାଙ୍କ ପରିବାର। କୋଭିଡ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ସମ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ମଧୁମେହ ରୋଗରେ ପୀଡ଼ିତ ଥିବା ସରୋଜିନୀଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍। କରୋନା ଆକ୍ରାନ୍ତଙ୍କ ପାଇଁ ମଧୁମେହ ରୋଗ ଏକ ଚିନ୍ତାର ବିଷୟ ହୋଇଥିବା ବେଳେ ତାଙ୍କୁ ସୁସ୍ଥ କରିବା ପାଇଁ କୋଭିଡ ଟିମ୍ ଅପ୍ରାଣ ଉଦ୍ୟମ କରିଥିଲେ।

ସୋମବାର ସୁସ୍ଥ ହୋଇ ଘରକୁ ଫେରିଥିବାରୁ ସରୋଜିନୀ ଓ ତାଙ୍କ ପରିବାର ସମ୍ କୋଭିଡ୍ ହସ୍ପିଟାଲକୁ କୃତଜ୍ଞତା ଜଣାଇଛନ୍ତି।

କେବଳ ସରୋଜିନୀ ନୁହଁନ୍ତି ତାଙ୍କ ଭଳି ଅନେକ ବୟୋଜ୍ୟେଷ୍ଠ ସମ୍ କୋଭିଡ ହସ୍ପିଟାଲ୍‌ରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରୁଥିବାର ଦେଖିବାକୁ ମିଳୁଛି। ଉପଯୁକ୍ତ ଚିକିତ୍ସା, ଯତ୍ନ ଓ ସେବା ଫଳରେ କରୋନା ଭଳି ଭୟଙ୍କର ବ୍ୟାଧିରୁ ବରିଷ୍ଠ ନାଗରିକ ସୁସ୍ଥ ହୋଇପାରିବେ ବୋଲି ପ୍ରମାଣିତ କରିଛି ସମ୍ କୋଭିଡ ହସ୍ପିଟାଲ୍।

Comment