ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୯୮୬ ଆକ୍ରାନ୍ତ, ୧୪ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୫,୯୮୬କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୪୮୩କୁ ବୃଦ୍ଧି

ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ଆଉ ୯୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୫୭୨ ଜଣ ଥିବା ବେଳେ ୪୧୪ଟି ଲୋକାଲ୍ କେସ୍ ରହିଛି। ସେହିପରି ଆଜି ଆଉ ୧୪ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୮୧ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, ଅନୁଗୁଳରୁ ୬୪ ଜଣ, ମୟୂରଭଞ୍ଜରୁ ୫୭ ଜଣ, ଜଗତସିଂହପୁରରୁ ୫୪ ଜଣ ଆକ୍ରାନ୍ତ ଅଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୫,୯୮୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୯୨,୪୭୭ ଜଣ ସୁସ୍ଥ ହୋଇଥିବା ବେଳେ ୧୧,୯୭୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୪୮୩କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here