ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିନକରେ ୭୪୯ ଆକ୍ରାନ୍ତ, ୧୬ ମୃତ
  • ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୯,୪୦୮କୁ ବୃଦ୍ଧି
  • ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୫୪୩କୁ ବୃଦ୍ଧି

ରାଜ୍ୟର ୨୯ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଆଜି ୭୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନ୍‌ରୁ ୪୩୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୧୨ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ଆଜି ପୁଣି ୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ରିପୋର୍ଟରୁ ଜଣାପଡ଼ିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୭୮ ଜଣ, ସୁନ୍ଦରଗଡ଼ରୁ ୫୫ ଜଣ, ଜଗତସିଂହପୁରରୁ ୪୮ ଜଣ, ଅନୁଗୁଳରୁ ୪୫ ଜଣ, କେନ୍ଦୁଝରରୁ ୪୧ ଜଣ, କଟକରୁ ୩୭ ଜଣ ପଜିଟିଭ୍ ଅଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୦୯,୪୦୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୨,୯୭,୮୬୨ ଜଣ ସୁସ୍ଥ ହୋଇଥିବା ବେଳେ ୯,୯୫୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ସେହିପରି ଆଜିର ୧୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୫୪୩କୁ ବୃଦ୍ଧି ପାଇଛି।

Comment