ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ରିୟଲମି ନିଜର ବହୁ ପ୍ରତୀକ୍ଷିତ Realme 7 5Gକୁ ଲଞ୍ଚ୍ କରିଛି। ଏହି ସ୍ମାର୍ଟଫୋନ୍‌ରେ ୧୨୦Hzର ଡିସ୍‌ପ୍ଲେ ଦିଆଯାଇଛି। ଏଥିସହ ୪୮ ମେଗାପିକ୍ସେଲର କ୍ୟାମେରା, ୫ଜି ସପୋର୍ଟ ସମେତ ଆହୁରି ଅନେକ ଆକର୍ଷଣୀୟ ଫିଚର ମିଳିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ଫିଚର ଓ ଦାମ୍

Realme 7 5G ସ୍ମାର୍ଟଫୋନ୍‌ରେ ମିଡିଆଟେକ୍ ଡାଇମେନ୍‌ସିଟି ୮୦୦ୟୁ ପ୍ରୋସେସର ଦିଆଯାଇଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ ରିୟଲମି ୟୁଆଇରେ କାମ କରୁଛି। ଏହାଛଡ଼ା ଏଥିରେ ୬.୫ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପଞ୍ଚ୍ ହୋଲ୍ ଡିସ୍‌ପ୍ଲେ ମିଳୁଛି। ଏହି ଫୋନ୍‌ରେ ୧୨୦Hz ରିଫ୍ରେସ୍ ରେଟ୍ ବିଶିଷ୍ଟ ଡିସ୍‌ପ୍ଲେ ଦିଆଯାଉଛି।

ବର୍ତ୍ତମାନ ଏହି ଫୋନ୍ ୟୁକେରେ ଉପଲବ୍ଧ ହେଉଛି। ଏବେ ଏହାର ଦାମ୍ ରହିଛି ୨୭,୪୦୦ ଟଙ୍କା। ତେବେ ଭାରତରେ Realme 7 5G କେତେ ଦାମ୍‌ରେ ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ।କ୍ୟାମେରା

Realme 7 5Gରେ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ମିଳୁଛି। ଏଥିସହ ୮ ମେଗାପିକ୍ସେଲର ଅଲ୍‌ଟ୍ରା ଓ୍ଵାଇଡ୍ ଆଙ୍ଗେଲ କ୍ୟାମେରା, ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ଓ ମେଗାପିକ୍ସେଲର ମନୋକ୍ରୋମ୍ ସେନ୍ସର ଦିଆଯାଇଛି। ଏହାଛଡ଼ା ସେଲ୍‌ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।

କ୍ୟାମେରାରେ ଟାଇମ୍ ଲାପ୍ସ ଫଟୋଗ୍ରାଫି, ଏଚ୍‌ଡିଆର୍, ଅଲ୍‌ଟ୍ରା ଓ୍ଵାଇଡ୍ ଆଙ୍ଗେଲ, ସୁପର ମାକ୍ରୋ, ଏଆଇ ବ୍ୟୁଟି ପରି ଅନେକଗୁଡ଼ିଏ ପ୍ରି ଲୋଡେଡ୍ ଫିଚର ମିଳୁଛି।

ଷ୍ଟୋରେଜ୍

Realme 7 5G ସ୍ମାର୍ଟଫୋନ୍‌ରେ ୬ ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇଛି। ଏହାକୁ ମାଇକ୍ରୋ ଏସ୍‌ଡି କାର୍ଡ ସାହାଯ୍ୟରେ ୨୫୬ ଜିବି ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।ବ୍ୟାଟେରି ଓ କନେକ୍ଟିଭିଟି

ରିୟଲମିର ଏହି ଫୋନ୍‌ରେ ୫,୦୦୦mAh ବ୍ୟାଟେରି ମିଳୁଛି। ଏଥିସହ ୩୦ ଓ୍ଵାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମିଳୁଛି। କମ୍ପାନିର ଦାବି ଅନୁଯାୟୀ, ମାତ୍ର ୬୫ ମିନିଟ୍‌ରେ ଏହି ସ୍ମାର୍ଟଫୋନ୍ ଶତ ପ୍ରତିଶତ ଚାର୍ଜ ହୋଇପାରିବ।

କନେକ୍ଟିଭିଟି ପାଇଁ ଏଥିରେ ୫ଜି, ୪ଜି, LTE, ବ୍ଲୁଟୁଥ୍ ୫.୧, ଜିପିଏସ୍/ଏ-ଜିପିଏସ୍ ଓ ୟୁଏସ୍‌ବି ଟାଇପ୍ ସି ସପୋର୍ଟ ଦିଆଯାଉଛି।

Comment