ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର ୩୦ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ବୟସ୍କମାନଙ୍କୁ ଟିକା ଦିଆଯିବ। ଏହାପରେ ସାଧାରଣ ନାଗରିକଙ୍କୁ ଟିକା ଦେବାକୁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।

ଦେଶର କିଛି ସହରରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୬ ଦିନ ଭିତରେ କେବଳ ଦିଲ୍ଲୀରେ ୬୨୮ ଜଣ ଆକ୍ରାନ୍ତ ଆଖି ବୁଜିସାରିଲେଣି। ଯାହାକୁ ନେଇ ଏବେ ପ୍ରଶାସନର ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ଲୋକଙ୍କୁ କିଛିଟା ଆଶ୍ୱସ୍ତ କରିଛି।corona vaccineସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ବିଶ୍ୱରେ ଏବେ ୨୫୦ଟି କମ୍ପାନି କରୋନା ଟିକା ବାହାର କରିବାକୁ ଲାଗିଛନ୍ତି। ଯେଉଁଥିରୁ ୩୦ଟି କମ୍ପାନି ଭାରତରେ ଟିକା ଯୋଗାଇବାକୁ ଲକ୍ଷ୍ୟ ରଖିଛନ୍ତି। ଆମ ଦେଶରେ ମଧ୍ୟ ୫ଟି ଟିକାର ପରୀକ୍ଷଣ ଜାରି ରହିଛି। ୨୦୨୧ର ପ୍ରଥମ ତିନି ମାସ ସୁଦ୍ଧା ଆମକୁ ଭାକ୍ସିନ ମିଳିଯିବ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।

ଏଥିସହିତ ୨୦୨୧ ସେପ୍ଟେମ୍ବର ସୁଦ୍ଧା ଦେଶର ୨୫ରୁ ୩୦ କୋଟି ଲୋକଙ୍କ ପାଖରେ କରୋନା ଟିକା ପହଞ୍ଚିଯିବ ବୋଲି ସେ କହିଛନ୍ତି। ପ୍ରଥମେ ଏହି ଟିକା ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯିବ। ଏହାପରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ଏହାପରେ ସାଧାରଣ ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Comment