ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୬ ତାରିଖରେ ରେଡ୍‌ମିର ନୂଆ ସ୍ମାର୍ଟଫୋନ୍ Redmi Note 9 Pro 5G ଲଞ୍ଚ୍ ହେବ।

ଗତ କିଛି ଦିନ ହେବ Redmi Note 9 Pro 5Gକୁ ନେଇ ଚର୍ଚ୍ଚା ଲାଗିରହିଛି। ଏହାରି ଭିତରେ କମ୍ପାନି ଏହି ସ୍ମାର୍ଟଫୋନ୍‌ର ରିଲିଜ ତାରିଖ ଘୋଷଣା କରିଛି। ଆସନ୍ତା ୨୬ ତାରିଖରେ ଏହାକୁ ଲଞ୍ଚ୍ କରାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ଏହି ଫୋନ୍‌ରେ ୧୦୮ ମେଗାପିକ୍ସେଲ କ୍ୟାମେରା ମିଳିବ ବୋଲି କୁହାଯାଉଛି। ଏଥିସହ ୧୨୯ ମିଲିୟନ ପିକ୍ସେଲ ବିଶିଷ୍ଟ ଫଟୋ ଉଠାଇ ହେବ ବୋଲି ରେଡ୍‌ମିର ଜେନେରାଲ ମ୍ୟାନେଜର ସୂଚନା ଦେଇଛନ୍ତି।

କମ୍ପାନି ପକ୍ଷରୁ ତେବେ କମ୍ପାନି ପକ୍ଷରୁ Redmi Note 9 Pro 5Gର ଫିଚର ବିଷୟରେ କିଛି ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହାକୁ ନେଇ କେତେକ ରିପୋର୍ଟ ପ୍ରକାଶ ପାଇଛି। ଏହି ଫୋନ୍‌ରେ ଦମ୍‌ଦାର୍ କ୍ୟାମେରା ସାଙ୍ଗକୁ ଆକର୍ଷଣୀୟ ଫିଚର ମିଳିବ ବୋଲି ଅନୁମାନ କରାଯାଉଛି।ଫିଚର

Redmi Note 9 Pro 5G ସ୍ମାର୍ଟଫୋନ୍‌ରେ କ୍ଵାଲକମ୍ ସ୍ନାପ୍‌ଡ୍ରାଗନ୍ ୭୫୦ଜି ପ୍ରୋସେସର ମିଳିବ। ଏଥିରେ ୬.୫୩ ଇଞ୍ଚ୍‌ର ଫୁଲ୍ ଏଚ୍‌ଡି ପ୍ଲସ୍ ଡିସ୍‌ପ୍ଲେ ମିଳିବ। ଏହି ଫୋନ୍‌ ଆଣ୍ଡ୍ରଏଡ୍ ୧୦ ଉପରେ ଆଧାରିତ ହେବ। କଳା, ଧଳା, ଗୋଲାପୀ, ନାଲି, ସବୁଜ, ବାଇଗଣି ଓ ସିଲ୍‌ଭର ରଙ୍ଗରେ ଏହି ଫୋନ୍ ଉପଲବ୍ଧ ହେବ ବୋଲି କୁହାଯାଉଛି।

ଷ୍ଟୋରେଜ୍

Redmi Note 9 Pro 5G ୩ଟି ମଡେଲରେ ଆସିବ ବୋଲି ଅନୁମାନ କରାଯାଉଛି। ଏହି ତିନି ମଡେଲ ୪ ଜିବି, ୬ ଜିବି ଓ ୮ ଜିବି ରାମ୍‌ରେ ଉପଲବ୍ଧ ହେବ। ଏଥିରେ ଯଥାକ୍ରମେ ୬୪ ଜିବି, ୧୨୮ ଜିବି ଓ ୨୫୬ ଜିବି ଷ୍ଟୋରେଜ୍ ରହିବ ବୋଲି କୁହାଯାଉଛି।କ୍ୟାମେରା

ଏହି ଫୋନ୍‌ରେ ଦମ୍‌ଦାର୍ କ୍ୟାମେରା ସେଟ୍‌ଅପ୍ ମିଳିବ ବୋଲି କମ୍ପାନିର ଜେନେରାଲ ମ୍ୟାନେଜର କହିଛନ୍ତି। ତେବେ କୁହାଯାଉଛି ଯେ ଏହି ଫୋନ୍‌ରେ ୧୦୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା ଦିଆଯିବ। ସେହିପରି ସେଲ୍ଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯିବ।

ବ୍ୟାଟେରି

ରେଡ୍‌ମିର ଏହି ନୂଆ ସ୍ମାର୍ଟଫୋନ୍‌ରେ ୫,୦୦୦mAhର ବ୍ୟାଟେରି ମିଳିପାରେ। ଏହି ଫୋନ୍‌ ପ୍ରଥମେ ଚୀନରେ ଲଞ୍ଚ୍ ହେବ। ଏହାପରେ ଭାରତରେ ଏହାକୁ ଲଞ୍ଚ୍ କରାଯିବ ବୋଲି କୁହାଯାଉଛି।

Comment