ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାୟଗଡ଼ା ଶାଖା ପକ୍ଷରୁ ଦାବି କରାଯାଇଛି। ଏହାଛଡ଼ା ପରୀର ପରିବାର ଓ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ସୁରକ୍ଷା ଦେବା ସହ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଲାଗି ଶାଖା ଦାବି କରିଛି। ଏନେଇ ସ୍ଥାନୀୟ ଗଜପତି ଛକଠାରେ ସୋମବାର ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିବା ସୂଚନା ମିଳିଛି।

ପରୀର ହତ୍ୟା ଘଟଣା ଆଜିକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାର ହତ୍ୟାକାରୀଙ୍କ ପାଖରେ ପୁଲିସ ପହଞ୍ଚି ପାରିନାହିଁ। ଥାନାରେ ଏତଲା ଦେଲା ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୟାଗଡ଼ ପୋଲିସ କୁଣ୍ଠାବୋଧ କରୁଛି। ତେଣୁ ପରୀକୁ ନ୍ୟାୟ ଦେବା ପାଇଁ ଆମର ଏହି ଲଢ଼େଇ ଆଗାମୀ ଦିନରେ ଜାରି ରହିବ ବୋଲି ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାୟଗଡ଼ା ଜିଲ୍ଲା ଆବାହାକ ସନ୍ତୋଷ କୁମାର ପାଢ଼ୀ କହିଛନ୍ତି।

ଏହି ଅବସରରେ ଶାଖାର ବରିଷ୍ଠ ଉପଦେଷ୍ଟା ତଥା ଆଇନଜୀବୀ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ସଂଯୋଜକ ପରମାନନ୍ଦ ପ୍ରଧାନ, ସମାଜସେବୀ ଲୀନା ସେନାପତି, ଗୀତାରାଣୀ ମିଶ୍ର, ସାହୁ କୁଲଦୀପ, ଉମା ଗୌଡ଼, ତ୍ରିନାଥ ରଡ଼ାଲୁଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀମାନେ ଉପସ୍ଥିତ ଥିଲେ।

Comment