ଓଡ଼ିଶାଲାଇଭ୍ ବ୍ୟୁରୋ

ଘରୋଇ ଲ୍ୟାବ ପାଇଁ କରୋନା ଟେଷ୍ଟିଂ ଫି’ ଧାର୍ଯ୍ୟ କଲେ ରାଜ୍ୟ ସରକାର। ଏଣିକି ମାତ୍ର ୪ ଶହ ଟଙ୍କା ଦେଇ ଲୋକମାନେ ଘରୋଇ ଲ୍ୟାବରେ ଆରଟି-ପିସିଆର୍ ଟେଷ୍ଟ କରାଇପାରିବେ। ଏ ସମ୍ପର୍କିତ ବିଜ୍ଞପ୍ତି ବୁଧବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି।

ରାଜ୍ୟ ସରକାର ଏବେ ମାଗଣାରେ କରୋନା ଟେଷ୍ଟ କରାଉଛନ୍ତି; ତଥାପି କିଛି ଲୋକ ଘରୋଇ ଲ୍ୟାବରେ ଟେଷ୍ଟିଂ କରିବାକୁ ଇଚ୍ଛା ରଖୁଛନ୍ତି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଘରୋଇ ଲ୍ୟାବରେ ଆରଟି-ପିସିଆର ଟେଷ୍ଟିଂର ଦାମ କମାଇଛନ୍ତି।

ପୂର୍ବରୁ ଘରୋଇ ଲ୍ୟାବରେ କରୋନା ଟେଷ୍ଟ କରିବାକୁ ହେଲେ ୨୨ ଶହ ଟଙ୍କାଦେବାକୁ ପଡୁଥିଲା। ମଝିରେ ରାଜ୍ୟ ସରକାର ଏହାକୁ ୧୨ ଶହ ଟଙ୍କାକୁ କମାଇଦେଇଥିଲେ। ଏବେ ଏହାକୁ ଆହୁରି କମ କରି ୪ ଶହ ଟଙ୍କା କରାଯାଇଛି। ଏହାପୂର୍ବରୁ ଗତକାଲି ଦିଲ୍ଲୀ ସରକାର ମଧ୍ୟ ଘରୋଇ ଲ୍ୟାବରେ କରୋନା ଟେଷ୍ଟିଂ ଫି’ କମାଇଛନ୍ତି। ସେଠାରେ ଏବେ କରୋନା ଆରଟି-ପିସିଆର୍ ଟେଷ୍ଟ କରିବାକୁ ଜଣେ ଲୋକଙ୍କୁ ମାତ୍ର ୮ ଶହ ଟଙ୍କା ଦେବାକୁ ହେବ।

Comment