ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣକୁ ଇତିମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଏହାର ପ୍ରତିଷେଧକ ଔଷଧ ବାହାରି ପାରିନାହିଁ। କରୋନାକୁ ପ୍ରତିହତ କରିବା ପାଇଁ ଟିକା ହିଁ ଏକମାତ୍ର ଆଶା ଭରସା ପାଲଟିଛି। ଏଭଳି ସ୍ଥିତିରେ ଆମେରିକୀୟ କମ୍ପାନି ଫାଇଜର ପରେ ଏବେ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରାଯାଇଛି। ଭାରତରେ କୋଭିସିଲ୍ଡକୁ ବ୍ୟବହାର କରିବା ପାଇଁ ସେରମ୍ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)କୁ ଅନୁମତି ମାଗିଛି।

କୋଭିସିଲ୍ଡ ହେଉଛି ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରଥମ କରୋନା ଟିକା। ଫାର୍ମା କମ୍ପାନି ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ଆଇସିଏମଆର୍ ସହ ମିଶି ପ୍ରସ୍ତୁତ କରିଛି। ବର୍ତ୍ତମାନ ଦେଶର ଆବଶ୍ୟକତା ଓ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି କୋଭିସିଲ୍ଡକୁ ଅନୁମତି ଦେବା ପାଇଁ ସେରମ ଇନଷ୍ଟିଚ୍ୟୁଟ୍ ଆବେଦନ କରିଛି। ଏହାପୂର୍ବରୁ ଗତ ଶନିବାର ଆମେରିକୀୟ କମ୍ପାନି ଫାଇଜର ନିଜ କରୋନା ଟିକାକୁ ଭାରତରେ ବ୍ୟବହାର ପାଇଁ ଅନୁମତି ଦେବାକୁ ଡିସିଜିଆଇ ନିକଟରେ ଆବେଦନ କରିଥିଲା।

ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାଓ୍ୱାଲା କୋଭିସିଲ୍ଡ ୯୦ ପ୍ରତିଶତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା କହିଥିଲେ। ଏଥିସହ ଖୁବଶୀଘ୍ର ଲୋକଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବ ବୋଲି ସୂଚନା ଦେଇଥିଲେ।

Comment