ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦିନକରେ ୩୮୬ କରୋନା ଆକ୍ରାନ୍ତ, ୫ ମୃତ
  • ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୨,୨୯୯କୁ ବୃଦ୍ଧି
  • କରୋନା ମୃତ୍ୟୁ ସଂଖ୍ୟା ୧,୭୮୯କୁ ବୃଦ୍ଧି
  • ଖୋର୍ଦ୍ଧାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ଚିହ୍ନଟ

ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୮୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ଵାରେଣ୍ଟାଇନରୁ ୨୨୩ ଜଣ ଆକ୍ରାନ୍ତ ଥିବା ବେଳେ ୧୬୩ଟି ଲୋକାଲ୍ କେସ୍ ରହିଛି। ଅନ୍ୟପଟେ ଆଜି ରାଜ୍ୟରେ ଆଉ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୪୭ ଜଣ, ମୟୂରଭଞ୍ଜରୁ ୩୧ ଜଣ, ଅନୁଗୁଳରୁ ୨୯ ଜଣ, କଟକଏବଂ ବଲଙ୍ଗିରରୁ ୨୨ ଜଣ ଲେଖାଏଁ, ବାଲେଶ୍ଵର ଏବଂ ଭଦ୍ରକରୁ ୨୦ ଜଣ ଲେଖାଏଁ, ସମ୍ଵଲପୁରରୁ ୧୭ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୨୨,୨୯୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୧୬,୯୭୦ ଜଣ ସୁସ୍ଥ ହୋଇଥିବା ବେଳେ ୩,୪୮୭ ଜଣ ସକ୍ରିୟ ରୋଗୀ ଅଛନ୍ତି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତକଙ୍କ ସଂଖ୍ୟା ୧,୭୮୯କୁ ବୃଦ୍ଧି ପାଇଛି।

Comment