ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଉ ୩୪୩ ପଜିଟିଭ୍ ଚିହ୍ନଟ
  • ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ
  • ରାଜ୍ୟରେ ଏବେ ବି ୩୩୮୩ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୩୪୩ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୨ ହଜାର ଟପିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୫ ଜଣ ଲୋକ ଆଖି ବୁଜିଥିବାନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ବୁଧବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭ ଜଣ କ୍ୱାରେଣ୍ଟାଇନରେ ହୋଇଥିବାବାବେଳେ ବାକି ୧୪୬ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ଅନୁଗୁଳରୁ ୩୨ ଜଣ ହୋଇଥିବାବେଳେ କଟକରୁ ୨୧, ଖୋର୍ଦ୍ଧାରୁ ୩୨, ମୟୂରଭଞ୍ଜରୁ ୨୦, ସମ୍ବଲପୁରରୁ ୧୫ ଓ ସୁନ୍ଦରଗଡ଼ରୁ ୪୧ ଜଣ ରହିଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୩ ଲକ୍ଷ ୨୨ ହଜାର ୬୪୨କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ ଲକ୍ଷ ୧୭ ହଜାର ୪୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ବାକି ୩୩୮୩ ଜଣ ଆକ୍ରାନ୍ତ ଏବେ ବି ସକ୍ରିୟ  ଅଛନ୍ତି।

Comment