ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଆଉ ୩୯୩ ପଜିଟିଭ୍ ଚିହ୍ନଟ
  • ଆଖି ବୁଜିଲେ ଆଉ ୫ କରୋନା ଆକ୍ରାନ୍ତ
  • ରାଜ୍ୟରେ ଏବେ ବି ୩୨୧୪ ଆକ୍ରାନ୍ତ ସକ୍ରିୟ

କରୋନା ଗ୍ରାଫ୍‌ରୁ ଧୀରେ ଧୀରେ ଓଡ଼ିଶାର ସ୍ଥାନ ଖସିବାରେ ଲାଗିଛି। ପୂର୍ବ ଅପେକ୍ଷା ରାଜ୍ୟରେ ପଜିଟିଭ୍ ସଂଖ୍ୟା କମିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩୯୩ ନୂଆ କରୋନା ପଜିଟିଭ୍। ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୩ ହଜାର ୭୫୭ରେ ପହଞ୍ଚିଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୫ ଜଣ ଆକ୍ରାନ୍ତ ଆଖି ବୁଜିଥିବାନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଶନିବାର ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ଭିତରୁ ୨୨୮ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୬୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛନ୍ତି। ସେଥିମଧ୍ୟରୁ ଅନୁଗୁଳରୁ ୪୭ ଜଣ ହୋଇଥିବାବେଳେ ସୁନ୍ଦରଗଡ଼ରୁ ୪୪ ଜଣ ରହିଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୯ ଜଣ, ସମ୍ଵଲପୁରରୁ ୨୭ ଜଣ, ମୟୂରଭଞ୍ଜ ଏବଂ ବରଗଡ଼ରୁ ୨୬ ଜଣ ଲେଖାଏଁ, କଟକରୁ ୨୪ ଜଣ, ବାଲେଶ୍ଵରରୁ ୨୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି।

ଏଯାବତ ରାଜ୍ୟରୁ ମୋଟ ୩ ଲକ୍ଷ ୨୩ ହଜାର ୭୫୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩ ଲକ୍ଷ ୧୮ ହଜାରରୁ ଅଧିକ ସୁସ୍ଥ ହୋଇସାରିଲେଣି। ରାଜ୍ୟରେ ଏବେ ବି ୩୨୧୪ ଆକ୍ରାନ୍ତ ସକ୍ରିୟ ଥିବା ନେଇ ରିପୋର୍ଟ ରହିଛି।

Comment