ଓଡ଼ିଶାଲାଇଭ୍ ବ୍ୟୁରୋ

ବିନା ଡ୍ରାଇଭରରେ ଚାଲିବ ‘ରୋବୋ ଟାକ୍ସି’।

ସ୍ୱୟଂଚାଳିତ ଗାଡ଼ି ନିର୍ମାତା କମ୍ପାନି ଜୁକ୍ସ ଏକ ‘ରୋବୋ ଟାକ୍ସି’ ଆଣିବାକୁ ଯାଉଛି। ଏହି ଟାକ୍ସିରେ ୪ ଜଣ ଯାତ୍ରୀ ଏକା ସାଙ୍ଗେ ଯାଇପାରିବେ। ଏଥିରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ମଧ୍ୟ ମିଳିବ। ତେବେ ସବୁଠୁ ଖାସ୍ କଥା ହେଉଛି ଏହି ଗାଡ଼ିରେ ଡ୍ରାଇଭର ରହିବେ ନାହିଁ। ବ୍ୟାଟେରିଚାଳିତ ଏହି ଟାକ୍ସି ଘଣ୍ଟାପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ।

କ’ଣ ରହିଛି ସୁବିଧା

ଜୁକ୍ସର ଏହି ରୋବୋ ଟାକ୍ସିରେ ଦୁଇଟି ବେଞ୍ଚ୍ ପରସ୍ପରକୁ ମୁହଁ କରି ରହିଛି। ୧୨ ଫୁଟ ଲମ୍ବ ବିଶିଷ୍ଟ ଏହି ଗାଡ଼ିରେ କୌଣସି ଷ୍ଟିୟରିଂ ହୁଇଲ୍ ନାହିଁ। ଏହା ହେଉଛି ପ୍ରଥମ ଗାଡ଼ି ଯେଉଁଥିରେ ଉଭୟ ଦିଗକୁ ଯିବା ପାଇଁ ସୁବିଧା ରହିଛି। ଅର୍ଥାତ୍ ଏଥିରେ ଫ୍ରଣ୍ଟ କିମ୍ବା ବ୍ୟାକ୍ ନାହିଁ। ଏହି ଟାକ୍ସି ଘଣ୍ଟାକୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହି ଗାଡ଼ି ବ୍ୟାଟେରିରେ ଚାଲିବ।ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା

ଏହି ରୋବୋ ଟାକ୍ସିରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧା ମଧ୍ୟ ମିଳୁଛି। ଏଥିରେ ଓ୍ୱାୟରଲେସ୍ ଚାର୍ଜର ମିଳୁଛି। ଏହାଦ୍ୱାରା ଯାତ୍ରୀମାନେ ନିଜ ସ୍ମାର୍ଟଫୋନ୍, ପାଓ୍ୱାର ବ୍ୟାଙ୍କ୍ ଆଦି ଚାର୍ଜ କରିପାରିବେ। ସେହିପରି ଏଥିରେ ମ୍ୟୁଜିକ ଓ ଏୟାର କଣ୍ଟିସନର ସୁବିଧା ମଧ୍ୟ ମିଳିବ। ଟାକ୍ସିରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାର ସମୟ, ଲୋକେସନ ଓ ରୁଟ୍ ବିଷୟରେ ମଧ୍ୟ ଜାଣିହେବ। ଏସବୁକୁ ଯାତ୍ରୀମାନେ ନିଜ ଆବଶ୍ୟକତା ଅନୁସାରେ ନିୟନ୍ତ୍ରଣ କରିପାରିବେ। ଏହି ଟାକ୍ସିରେ ଡ୍ରାଇଭର ସିଟ୍ ନ ଥିବାରୁ ପ୍ରତ୍ୟେକ ଯାତ୍ରୀ ସମାନ ସ୍ଥାନ ଓ ଟେକ୍ନୋଲୋଜିର ସୁବିଧା ପାଇପାରିବେ।ଟ୍ରାଫିକ୍ ନିୟନ୍ତ୍ରଣ କରିବ ଜୁକ୍ସ

ଏହି ଟାକ୍ସିରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ଆରାମରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ଟ୍ରାଫିକ୍ ସମସ୍ୟା ପାଇଁ ଯାତ୍ରୀମାନଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଜୁକ୍ସ ଟ୍ରାଫିକ୍ ଉପରେ ନଜର ରଖିବା ସହ ଟାକ୍ସିକୁ ନିୟନ୍ତ୍ରଣ କରିବ।

ସୁରକ୍ଷା ବ୍ୟବସ୍ଥା

ଟାକ୍ସିରେ ଯିବା ବେଳେ ଯାତ୍ରୀମାନେ କିପରି ସୁରକ୍ଷିତ ରହିବେ ସେଥିପାଇଁ ଜୁକ୍ସ ପକ୍ଷରୁ ବିଶେଷ ଧ୍ୟାନ ଦିଆଯାଇଛି। ଯାତ୍ରୀଙ୍କ ପାଇଁ ଏୟାର ବ୍ୟାଗ୍ ବ୍ୟବସ୍ଥା ରହିଛି।ଜୁକ୍ସର ଏହି ରୋବୋ ଟାକ୍ସିରେ ଲାଇଟ୍ ଓ ସାଉଣ୍ଡ ବ୍ୟବସ୍ଥା ଉପଲବ୍ଧ ହେବ। ଏହାଦ୍ୱାରା ଟାକ୍ସିଟି ରାସ୍ତାରେ କେଉଁଠି ରହିବ, କେଉଁ ଦିଗକୁ ଯିବ ସେ ବିଷୟରେ ଅନ୍ୟ ଗାଡ଼ି ଚାଳକମାନେ ସହଜରେ ଜାଣିପାରିବେ।

ଏବେ ଏହି ଟାକ୍ସିକୁ ଫୋଷ୍ଟର ସିଟି, କାଲିଫର୍ଣ୍ଣିଆ, ଆମେରିକା, ଲସ୍ ଭେଗାସ୍ ଓ ସାନଫ୍ରାନ୍ସିସ୍କୋରେ ପରୀକ୍ଷା କରାଯାଉଥିବା ଜୁକ୍ସ ପକ୍ଷରୁ କୁହାଯାଇଛି।

Comment