ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରୁ ଚିହ୍ନଟ ହେଲେ ଆଉ ୩୫୧ ପଜିଟିଭ୍
  • ଆଖି ବୁଜିଲେ ଆଉ ୫ ଜଣ ଆକ୍ରାନ୍ତ
  • ରାଜ୍ୟରେ ଏବେ ବି ୩୦୬୧ ଜଣ ଆକ୍ରାନ୍ତ ସକ୍ରିୟ

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ ଚିହ୍ନଟ ହେଲେ ୩୫୧ ନୂଆ କରୋନା ପଜିଟିଭ୍। ଏଥିସହିତ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ଟପିଛି। ଅନ୍ୟପଟେ ଆଜି କରୋନାରେ ଆକ୍ରାନ୍ତ ଥିବା ଆଉ ୫ ଜଣ ଆକ୍ରାନ୍ତ ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୩ ଜଣ କ୍ୱାରେଣ୍ଟାଇନରୁ ଓ ବାକି ୧୪୮ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଅନୁଗୁଳର ୪୧ ଜଣ ହୋଇଥିବାବେଳେ କଟକରୁ ୨୭, ଖୋର୍ଦ୍ଧାରୁ ୫୨, ମୟୂରଭଞ୍ଜରୁ ୧୭, ନୂଆପଡ଼ାରୁ ୨୧, ସମ୍ବଲପୁରରୁ ୨୬ ଓ ସୁନ୍ଦରଗଡ଼ରୁ ୪୭ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରୁ ଏବେ ସୁଦ୍ଧା ମୋଟ ୩ ଲକ୍ଷ ୨୫ ହଜାର ୧୪୭ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ସେଥିମଧ୍ୟରୁ ୩ ଲକ୍ଷ ୨୦ ହଜାର ୨୦୮ ଜଣ ସୁସ୍ଥ ହୋଇସାରିଥିବାବେଳେ ଏବେ ବି ୩୦୬୧ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି।

Comment