ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼, ଯଦପୁର ଗାଁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ରବିବାର ଏସଆଇଟି (ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍‌) ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଯୁକ୍ତ ୩ରେ ପାଠ ପଢ଼ୁଛନ୍ତି। ତାଙ୍କ ଘର ଯଦୁପୁର ଗାଁରେ ଓ ସେ ପରୀର ପଡ଼ୋଶୀ।

ଶନିବାରାରୁ ତାଙ୍କୁ ଏସ୍‌ଆଇଟି ଉଠାଇ ନେଇ ଅଟକ ରଖିଥିଲା। କିଛି ଠୋସ ପ୍ରମାଣ ପାଇବା ଏସଆଇଟି ତାଙ୍କୁ ଗିରଫ କରିଛି। ସୋମବାର ଅଭିଯୁକ୍ତଙ୍କୁ ନୟାଗଡ଼ ପକ୍‌ସୋ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପଟରେ ଏହି ମାମଲାରେ ଅନ୍ୟ କିଏ ସଂପୃକ୍ତ ତାଙ୍କୁ ଧରିବା ପାଇଁ ଏସଆଇଟି ତଦନ୍ତ ଜୋରଦାର କରିଛି। କାରଣ ଜଣେ ନାବାଳକ ଏକ ହତ୍ୟାକାଣ୍ଡ ଘଟାଇ, ଶବକୁ ୧ ସପ୍ତାହରୁ ଅଧିକ ଦିନ ଲୁଚାଇ ରଖି ପରେ ଫିଙ୍ଗିବା ଉପରେ ଏସଆଇଟି ସନ୍ଦେହ କରୁଛି। ତେଣୁ ଏହି ମାମଲାରେ ଅନ୍ୟ କେଉଁମାନେ ସାମିଲ ଥିଲେ ଜାଣିବା ପାଇଁ ଏସଆଇଟି ଲାଗି ପଡ଼ିଛି। ତଦନ୍ତ ଜୋରଦାର କରି ଅଭିଯୁକ୍ତଙ୍କ ଘରେ ଛାନଭିନ ଆରମ୍ଭ କରିଛି ଏସଆଇଟି। ତାଙ୍କ ମା’ ଓ ଭଉଣୀଙ୍କୁ ପଚରାଉଚରା କରାଯାଇଛି।

Comment