ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପରୀ ହତ୍ୟା ଘଟଣା
  • ଏସଆଇଟି ତଦନ୍ତ ଉପରେ ପ୍ରଶ୍ନ ଉଠାଇଲା ବିଜେପି
  • ମନଗଢ଼ା କାହାଣୀ କହୁଛି ଏସଆଇଟି – ପ୍ରଦୀପ୍ତ ନାଏକ

ପରୀ ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଏସଆଇଟି ମାମଲର ତଦନ୍ତ କରି ସବିଶେଷ ତଥ୍ୟ ଦେଇଥିଲା ବେଳେ ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ବିଜେପି। ପରୀ ହତ୍ୟା ଘଟଣାରେ ଏସଆଇଟି ଯାହା ତଦନ୍ତ କରି କହୁଛନ୍ତି ତାହା ବିଶ୍ୱାସଯୋଗ୍ୟ ନୁହେଁ। ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ଏସଆଇଟି ମନଗଢା କାହାଣୀ କହୁଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଟୁଇଟ କରି ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି।

‘‘ପରୀର ବାପା ଯେଉଁ ବାବୁଲି ନାୟକ ନାଁରେ ଅଭିଯୋଗ ଆଣିଥିଲେ। ହେଲେ କାହିଁକି ଏସଆଇଟି ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କଲା ନାହିଁ। ଯଦି ପରୀ ଶବରେ କେମିକାଲ ଲାଗିନଥିଲା ତାହେଲେ ୯ ଦିନ ଯାଏ ଶବରୁ ଗନ୍ଧ କେମିତି ବାହାରୁ ନଥିଲା। ଯଦି କେମିକାଲ ଲାଗିଥିଲା ତାହଲେ ଜଣେ ନାବାଳକୁ କିଏ ଏହି କେମିକାଲ ଦେଲା’’, କହିଛନ୍ତି ପ୍ରଦୀପ୍ତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଦୁର୍ଷ୍କମ ହୋଇଥିଲା ନୟାଗଡ ପୋଲିସ କିପରି ତା’ର ତଦନ୍ତରେ ଏହା ଜାଣିପାରିଲାନି।

ଏସଆଇଟି ପାଖରେ ଗୁଗୁଲ ହିଷ୍ଟୋରି ଡିଲିଟର ରିପୋର୍ଟ ନାହିଁ। ନଡ଼ିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ରିପୋର୍ଟ ହସ୍ତଗତ ହୋଇନାହିଁ। ଫଳରେ ରାଜ୍ୟବାସୀ ପରୀ ମାମଲାରେ ଆହୁରି ଦ୍ୱନ୍ଦ୍ୱ ଭିତରକୁ ଠେଲି ହୋଇଯାଉଛନ୍ତି। ତେଣୁ ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ କରାନ୍ତୁ ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି।

ମଙ୍ଗଳବାର ଏକ ସାମ୍ବାଦିକ ସମ୍ମଳିନୀ କରି ପରୀକୁ କିଭଳି ହତ୍ୟା କରାଯାଇଥିଲା ସେନେଇ ସବିଶେଷ ତଥ୍ୟ ଦେଇଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଏ ମାମଲାରେ ସେହି ଗାଁର ଜଣେ ନାବାଳକ ମୁଖ୍ୟ ଅଭିଯୁକ୍ତ ବୋଲି ସେ କହିଥିଲେ। ନାବାଳକ ଜଣକ ପରୀକୁ ହତ୍ୟା କରିବା ପରେ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ବୋଲି କହିଥିଲେ ଅରୁଣ ବୋଥ୍ରା।

Comment