ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୩୬୪ ଆକ୍ରାନ୍ତ, ୩ ମୃତ
  • ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୨୭୯କୁ ବୃଦ୍ଧି
  • କରୋନା ମୃତ୍ୟୁସଂଖ୍ୟା ୧,୮୪୬କୁ ବୃଦ୍ଧି

ରାଜ୍ୟର ୨୫ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୩୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୨୧୦ ଜଣ ଥିବା ବେଳେ ୧୫୪ଟି ଲୋକାଲ୍ କେସ୍ ରହିଛି। ଅନ୍ୟପଟେ ଆଜି ଆଉ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୬୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୨ ଜଣ, ମୟୂରଭଞ୍ଜରୁ ୨୬ ଜଣ, ଅନୁଗୁଳରୁ ୨୫ ଜଣ, ବଲାଙ୍ଗିରରୁ ୨୨ ଜଣ, କଟକରୁ ୨୧ ଜଣ, ବରଗଡ଼ରୁ ୧୬ ଜଣ ଆକ୍ରାନ୍ତ ଅଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୨୭୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୨,୩୪୪ ଜଣ ସୁସ୍ଥ ହୋଇଥିବା ବେଳେ ୩,୦୩୬ ଜଣ ସକ୍ରିୟ ରୋଗୀ ଅଛନ୍ତି। ଏଥିସହ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୪୬କୁ ବୃଦ୍ଧି ପାଇଛି।

Comment