ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ଏସଆଇଟି ଆଗରେ ହତ୍ୟାର ଡେମୋ ଦେଖାଇଛି। ଗୁରୁବାର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଅଭିଯୁକ୍ତ ଯଦୁପୁରରେ ଘଟଣାସ୍ଥଳକୁ ଯାଇ ପୂରା ହତ୍ୟାର ଡେମୋ ଦେଖାଇଛି।

ସେହିପରି ଡେମୋ କରାଯିବା ବେଳେ ଅଭିଯୁକ୍ତର ପରିବାର ଲୋକଙ୍କୁ ପୋଲିସ ଘର ଭିତରେ ବନ୍ଦ ରଖିଥିଲା। ସେମାନଙ୍କୁ ଡେମୋରେ ସାମିଲ କରାଯାଇନଥିଲା। ଯାହାକୁ ଅଭିଯୁକ୍ତର ପରିବାର ଲୋକେ ବିରୋଧ କରିଛନ୍ତି।

ଅନ୍ୟପଟେ ଅଭିଯୁକ୍ତ ଘରୁ ବୁଧବାର ଏକ ରକ୍ତଲଗା ଗାମୁଛା ମିଳିଥିଲା। ସେହି ଗାମୁଛାରୁ ହିଁ ହତ୍ୟାକାଣ୍ତର ପୂରା ସତ୍ୟ ବାହାରକୁ ଆସିବ ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ଗୁରୁବାର ଅଭିଯୁକ୍ତର ୩ଦିନିଆ ରିମାଣ୍ଡ ଶେଷ ହେବାକୁ ଯାଉଛି। ତେଣୁ ଆଜି ସନ୍ଧ୍ୟାରେ ଅଭିଯୁକ୍ତକୁ ନୟାଗଡ଼ ପକ୍ସୋ ଅଦାଲତରେ ହାଜର କରାଯିବ। ଏହାପରେ ତାକୁ ପୁଣି ରିମାଣ୍ଡରେ ଅଣାଯିବ କି ନାହିଁ ସେ ବାବଦରେ ନିଷ୍ପତ୍ତି ନିଆଯିବା ନେଇ ସୂଚନା ମିଳିଛି।

Comment