ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦିନକୁ ଦିନ ସାଂଘାତିକ ରୂପ ନେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମମନ୍ତ୍ରୀ ବୋରିସ ଜନସନ ପୂରାଦେଶରେ ପୁଣିଥରେ ଲକଡାଉନ ଘୋଷଣା କରିଛନ୍ତି। ମଙ୍ଗଳବାରଠାରୁ ଦେଶରେ ସବୁ ଶିକ୍ଷାନୁଷ୍ଠାନ, ହୋଟେଲ, ରେସ୍ତୋରାଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହିତ ଘାତକ କରୋନାରୁ ବର୍ତ୍ତିବା ପାଇଁ ଲୋକଙ୍କୁ ଘରେ ରହିବାକୁ ସେ ଅନୁରୋଧ କରିଛନ୍ତି।

ତେବେ ଆଜିଠୁ ଲାଗୁ ହୋଇଥିବା ଏହି ଲକଡାଉନ ଫେବ୍ରୁଆରି ମାସରେ ବି ବଳବତ୍ତର ରହିବ।

‘‘ଦେଶରେ ଯେପରି ଭାବେ ସଂକ୍ରମଣ ବଢ଼ି ଚାଲିଛି, ଆମକୁ ଅଧିକ ସତର୍କ ଓ ସଚେତନ ରହିବାକୁ ପଡ଼ିବ। ତେଣୁ ଲୋକଙ୍କ ହିତ ପାଇଁ ଲକଡାଉନ ଘୋଷଣା ହୋଇଛି’’, ସୋମବାର ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ବୋରିସ ଜନସନ।

ରବିବାର ବ୍ରିଟେନରେ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା। ଏହା ପୂରା ଦେଶରେ ହାହାକାର ସୃଷ୍ଟି କରିଛି। ଏବେ ସୁଦ୍ଧା ଦେଶରେ ମୋଟ ୨୭ ଲକ୍ଷ ଲୋକ ସଂକ୍ରମିତ ହୋଇସାରିଲେଣି। ସେହିପରି ୭୫ ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି। ତାଜା ତଥ୍ୟ ଅନୁସାରେ କରୋନାରେ ସର୍ବାଧିକ ପ୍ରଭାବିତ ଦେଶ ଭାବେ ପଞ୍ଚମ ସ୍ଥାନରେ ପହଞ୍ଚିଛି ବ୍ରିଟେନ।

Comment