ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୧୯୮ ଆକ୍ରାନ୍ତ, ୨ ମୃତ
  • ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୩,୩୦,୬୯୦କୁ ବୃଦ୍ଧି
  • କରୋନା ମୃତ୍ୟୁସଂଖ୍ୟା ୧,୮୮୭କୁ ବୃଦ୍ଧି

ରାଜ୍ୟର ୨୩ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୧୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୧୫ ଜଣ ପଜିଟିଭ୍ ଥିବା ବେଳେ ୮୩ଟି ଲୋକାଲ୍ କେସ୍ ରହିଛି। ଅନ୍ୟପଟେ ଆଜି ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ଆଜି ଅନୁଗୁଳରୁ ସର୍ବାଧିକ ୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୩ ଜଣ, କେନ୍ଦୁଝରରୁ ୧୯ ଜଣ, ଖୋର୍ଦ୍ଧାରୁ ୧୭ ଜଣ, ବଲାଙ୍ଗିରରୁ ୧୪ ଜଣ, ବରଗଡ଼ରୁ ୧୦ ଜଣ ଆକ୍ରାନ୍ତ ଅଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୩,୩୦,୬୯୦କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୬,୫୦୭ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୪୩ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପଟେ ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୧,୮୮୭କୁ ବୃଦ୍ଧି ପାଇଛି।

Comment