ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

  • ଦିନକରେ ୨୩୧ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୨୧କୁ ବୃଦ୍ଧି
  • କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୮୭କୁ ବୃଦ୍ଧି

ରାଜ୍ୟର ୨୮ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଆଜି ୨୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ କ୍ୱାରେଣ୍ଟାଇନରୁ ୧୩୩ ଜଣ ଥିବା ବେଳେ ୯୮ଟି ଲୋକାଲ କେସ୍ ରହିଛି। ଅନ୍ୟପଟେ ଆଜି ରାଜ୍ୟରେ କୌଣସି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ରୁ ୨୫ ଜଣ, ଅନୁଗୁଳରୁ ୨୧ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, ସମ୍ବଲପୁରରୁ ୧୪ ଜଣ, ଯାଜପୁରରୁ ୧୨ ଜଣ, କଟକ ଓ ଖୋର୍ଦ୍ଧାରୁ ୧୧ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରୁ ଏକାଧିକ ପଜିଟିଭ୍ ଅଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୨୧କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୬,୭୭୮ ଜଣ ସୁସ୍ଥ ହୋଇଥିବା ବେଳେ ୨,୨୦୩ଟି ଆକ୍ଟିଭ୍ କେସ୍ ରହିଛି। ଅନ୍ୟପଟେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୮୮୭ ଛୁଇଁଛି।

Comment