ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଏବେ ଶୀତର ପ୍ରକୋପ ବଢ଼ିଛି। ଅସହ୍ୟ ଶୀତରେ ଥରୁଛି ଓଡ଼ିଶା। ଏହି ହାଡ଼ଭଙ୍ଗା ଶୀତରେ ରାସ୍ତାକଡ଼ରେ ଖୋଲା ଆକାଶ ତଳେ ରାତି ବିତାଉଛନ୍ତି ଅନେକ ଅସହାୟ ଲୋକ ଓ ଭିକାରି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ, ପଣସପଦାର ‘ସମ୍ଭାବନା ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଅସହାୟମାନଙ୍କୁ ଖାଦ୍ୟ ଓ କମ୍ବଳ ବଣ୍ଟନ କରାଯାଇଛି। ସାତପଡ଼ାଠାରୁ ଗୋରୁଆଳ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ସମସ୍ତ ଭିକାରି ଓ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ସହ କମ୍ବଳ ଦେଇଛି ଟ୍ରଷ୍ଟ।

ଏହାସହିତ ଅନୁଷ୍ଠାନ ପକ୍ଷରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ମନ୍ଦିର ବାହାରେ ସଫେଇ ମଧ୍ୟ କରାଯାଇଛି। ଟ୍ରଷ୍ଟର ପ୍ରତିଷ୍ଠାତା ପ୍ଲାବନ ଦଳାଇ, ସଭାପତି ଗୌତମ ପ୍ରଧା , ସମ୍ପାଦକ ମନୋରଞ୍ଜନ ପଳାଇ, ଉପସଭାପତି ପ୍ରିୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସୁବ୍ରତ ପ୍ରଧାନ, ଚନ୍ଦ୍ର ଶେଖର ପ୍ରଧାନ, ସ୍ୱୟଂ ଶୁଭମ ରୟ, ଗୁରୁ ସୁଆର, ମିହିର ନାରାୟଣ ଦଳାଇ, ରୁଦ୍ରପ୍ରସାଦ ପ୍ରଧାନ, ପିଣ୍ଟୁ ପ୍ରଧାନ, ମାନା ପ୍ରଧାନ, ଧଡ଼ୁ ପ୍ରଧାନ, ଲକି ପ୍ରଧାନ, ବିରଞ୍ଚି ଦଳାଇ ବିକୁନ ମହାପାତ୍ର ଉପସ୍ଥିତ ରହି ଖାଦ୍ୟ ଓ କମ୍ବଳ ବାଣ୍ଟିବା ସହ ମନ୍ଦିର ସଫେଇ କରିଥିଲେ।

Comment