ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଜାନୁଆରି ୧୬ ତାରିଖରୁ ଆରମ୍ଭ ହେଉଛି ଟିକାକରଣ।

ଭାରତରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କରୋନା ଟିକାକରଣ। ଏହାପୂର୍ବରୁ ସୋମବାର ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟିକା କିଣିବା ପାଇଁ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ(ଏସ୍ଆଇଆଇ)କୁ ବରାଦ ଦେଇଛନ୍ତି ଭାରତ ସରକାର। ଏହି ଟିକାକୁ ଡୋଜ୍ ପିଛା ୨୦୦ ଟଙ୍କାରେ କିଣାଯିବ ବୋଲି ଜଣାପଡ଼ିଛି।

ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଏହି ଟିକାକୁ ପ୍ରସ୍ତୁତ କରିଥିବା ବେଳେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଏହାର ଉତ୍ପାଦନ ଦାୟିତ୍ୱ ମିଳିଛି। ବର୍ତ୍ତମାନ ସୁଦ୍ଧା ବ୍ରିଟେନ, ଆର୍ଜେଣ୍ଟିନା, ମେକ୍ସିକୋ ଓ ଭାରତରେ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି।ବଜାରରେ ଏହି ଟିକାକୁ ୧,୦୦୦ ଟଙ୍କାରେ ବିକ୍ରି କରାଯିବାକୁ ଥିବା ବେଳେ ଭାରତ ସରକାର ଏହାକୁ ୨୦୦ ଟଙ୍କାରେ କିଣିବେ। ପ୍ରଥମ ଦଫାରେ ୧୧ ମିଲିୟନ ଡୋଜ୍ ପଠାଯିବ। ଏସଆଇଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାଓ୍ୱାଲା ପୂର୍ବରୁ କହିଥିଲେ।

ଏହି ଟିକାକୁ ରଖିବା ପାଇଁ ଅପେକ୍ଷାକୃତ କମ୍ ଶୀତଳ ଭଣ୍ଡାରର ଆବଶ୍ୟକ ପଡ଼ିବ। କାରଣ ଏହି ଟିକାକୁ ସାଧାରଣ ଫ୍ରିଜର ତାପମାତ୍ରା (ଦୁଇରୁ ଆଠ ଡିଗ୍ରୀ ସେଲସିୟସ)ରେ ଅତି କମରେ ୬ ମାସ ପର୍ଯ୍ୟନ୍ତ ରଖାଯାଇପାରିବ। ଏଥିସହ ଏହି ଟିକାକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ମଧ୍ୟ ନେଇହେବ।

Comment