ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଅଧିକାଂଶ ଲୋକ ଟିକା ପାଇଁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। କାରଣ ସେଠାରେ ବିନା ମୂଲ୍ୟରେ ଟିକା ଦିଆଯାଇଥାଏ। ଅନ୍ୟପଟେ ରାଜଧାନୀ ଭୁବନେଶ୍ଵରର କିଛି ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ଦିଆଯାଉଛି। କିନ୍ତୁ ଏଥିପାଇଁ ଟଙ୍କା ଦେବାକୁ ପଡ଼ୁଛି।  ତେବେ କେଉଁ ହସ୍ପିଟାଲ ଟିକାକରଣ ପାଇଁ କେତେ ଅର୍ଥ ନେଉଛନ୍ତି ଜାଣନ୍ତୁ। ଉଲ୍ଲେଖଯୋଗ୍ୟ ଯେ, ଏହି ଦର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସ୍ଥିର କରାଯାଇଛି।

ଆପୋଲୋ, ସମ୍, ଆମ୍ରି, କେୟାର, ସମ୍ ଅଲ୍ଟିମେଟ ହସ୍ପିଟାଲରେ କୋଭାକ୍ସିନର ଦାମ୍ ୧୪୧୦ଟଙ୍କା ରହିଥିବାବେଳେ, କୋଭିସିଲ୍ଡର ଦାମ୍ ୭୮୦ଟଙ୍କା ରହିଛି। ସେହିପରି ୠଷିୟ ଭାକ୍ସିନର ଦାମ୍ ୧୧୪୫ ଟଙ୍କା ରଖାଯାଇଛି। ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ସ୍ପୁଟନିକ ଭି ଟିକା ଉପଲବ୍ଧ ନଥିବାବେଳେ, ଖୁବଶୀଘ୍ର ଏହା ଆପୋଲୋ ହସ୍ପିଟାଲରେ ମିଳିବ ବୋଲି ଶୁଣାଯାଉଛି।

Comment