ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣ ରହିଥିଲେ ମଧ୍ୟ ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ କୋଭିଡ ଟିକା ନେବା ଲାଗି ସଚେତନ କରାଯାଉଛି। ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମାଗଣା ବୁଷ୍ଟର ଡୋଜ୍।

ପୂର୍ବ ଘୋଷଣା ମୁତାବକ ୧୮ରୁ ୫୯ ବର୍ଷ ବୟସ୍କଙ୍କ ଲାଗି ଆଜିଠାରୁ ସମସ୍ତ ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମାଗଣା ବୁଷ୍ଟର ଡୋଜ ଦିଆଯାଉଛି। ଟିକାକରଣ କେନ୍ଦ୍ରଗୁଡ଼ିକ ସକାଳ ୯ଟାରୁ ଖୋଲାଯିବାକୁ ଘୋଷଣା କରାଯାଇଥିବାରୁ ସକାଳ ୮ଟାରୁ ଲୋକେ ଟିକାକରଣ କେନ୍ଦ୍ରଗୁଡ଼ିକ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

ରାଜ୍ୟର ସମସ୍ତ ଜିଲ୍ଲାରେ ଯେଭଳି ଶାନ୍ତିଶୃଙ୍ଖଳାର ସହ ଲୋକେ ପ୍ରିକସନ ଡୋଜ ନେବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ରଖିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଛନ୍ତି।

ପୂର୍ବରୁ କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ନାଗରିକ ଏହି ପ୍ରିକସନ ଡୋଜ ନେଇପାରିବେ। ଜୁଲାଇ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମାଗଣା ବୁଷ୍ଟର ଡୋଜ ଅଭିଯାନ ୭୫ ଦିନ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ପ୍ରାୟ ୩ ହଜାର ସରକାରୀ ଟିକାକରଣ କେନ୍ଦ୍ରରେ ପ୍ରିକସନ ଡୋଜ ଦେବାର ବ୍ୟବସ୍ଥା କରାଯାଇଛି।

ବୁଷ୍ଟର ଡୋଜ ପାଇଁ ପଞ୍ଜିକରଣ ବ୍ୟବସ୍ଥା ରହିଛି। ଉଭୟ ଅନଲାଇନ ଏବଂ ଅଫଲାଇରେ ପଞ୍ଜିକରଣ କରିହେବ। ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକା ଦେବା ପାଇଁ ଆବଶ୍ୟକ ସ୍ଵାସ୍ଥ୍ୟକର୍ମୀ ରହିଛନ୍ତି। ରାଜ୍ୟରେ ମୋଟ ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକ ଏହି ବର୍ଗରେ ରହିଥିବାବେଳେ ମାତ୍ର ୧ ଲକ୍ଷ ୫୦ ହଜାର ଲୋକ ପ୍ରିକସନ ଡୋଜ ନେଇଛନ୍ତି। ଯେଉଁମାନେ ପ୍ରିକସନ ଡୋଜ ନେଇ ନାହାନ୍ତି ସେମାନଙ୍କୁ ଟିକା ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

Tags: #Covid19 #Vaccine #Vaccination #BoosterDose

LEAVE A REPLY

Please enter your comment!
Please enter your name here