ଓଡ଼ିଶାଲାଇଭ୍ ବ୍ୟୁରୋ

corona vaccine-1

ଏଣିକି ମାଗଣାରେ ମିଳିବ ବୁଷ୍ଟର ଡୋଜ। ସବୁ ସରକାରୀ ଡାକ୍ତରଖାନାଗୁଡ଼ିକରେ ୧୮ରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ମିଳିବ ଏହି ବୁଷ୍ଟର ଡୋଜ। ଜୁଲାଇ ୧୫ ତାରିଖରୁ ମାଗଣା ବୁଷ୍ଟର ଡୋଜ ଉପଲବ୍ଧ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

୧୮ରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦେବାକୁ ବୁଧବାର ଦିନ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ବୁଷ୍ଟର ଡୋଜ୍ ସମସ୍ତ ସରକାରୀ ଡାକ୍ତରଖାନାରେ ଜୁଲାଇ ୧୫ ତାରିଖରୁ ଉପଲବ୍ଧ ହେବ। ୭୫ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୯ କୋଟି ଟିକାକରଣ କରାଯାଇଥିବା ସେ କହିଛନ୍ତି।

ପୂର୍ବରୁ କୋଭିଡର ଦୁଇଟି ଡୋଜ ନେଇ ସାରିଥିବା ନାଗରିକ ଏହି ଡୋଜ ନେଇପାରିବେ। କୋଭିଡ ଟିକାର ଦୁଇଟି ଡୋଜ ନେଇଥିବା ଅଧିକାଂଶ ଲୋକ ବୁଷ୍ଟର ଡୋଜ ନେବାର ନିର୍ଦ୍ଧାରିତ ସମୟ ଅତିକ୍ରମ କରିଥିଲେ ମଧ୍ୟ ବୁଷ୍ଟର ଡୋଜ ନେଇ ନାହାନ୍ତି। ପୁଣି ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଦେଶବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି। କିଛି ଦିନ ପୂର୍ବରୁ ବୁଷ୍ଟର ଡୋଜ ନେବାର ସମୟ ସୀମାକୁ ହ୍ରାସ କରାଯାଇଥିଲା।

Tags: #Covid19 #Coronavirus #CovidVaccine #BoosterDose #GovtHostpitals

Comment