ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ୍ ୨୧ତାରିଖ ସୋମବାରଠାରୁ ୯ଟି ମୁନିସିପାଲିଟି ଓ ଏନଏସିରେ କୋଭିସିଲ୍ଡ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହେବ। ଏଥିସହ ୫ଦିନ ଭିତରେ ତାହାକୁ ଶେଷ କରିବା ପାଇଁ ପୌରସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ ଦ୍ଵିତୀୟ ଲହର କରୋନା ସଂକ୍ରମଣ ଜାରି ରହିଛି। କରୋନାକୁ ପ୍ରତିହତ କରିବା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ୧୮-୪୪ବର୍ଷ ବର୍ଗଙ୍କୁ ଆଉ ଏକ ପର୍ଯ୍ୟାୟରେ ଟିକା ଦେବାକୁ ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏଥିପାଇଁ ୧ଲକ୍ଷ ୧୩ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ୯ଟି ମୁନିସିପାଲିଟି ଓ ଏନଏସିକୁ ଦିଆଯାଇଛି।ଟିକା ଦିଆଯିବାକୁ ଥିବା ପୌରସଂସ୍ଥା

  • ହିଞ୍ଜିଳିକାଟୁ/ପୋଲସରା – ଗଞ୍ଜାମ ଜିଲ୍ଲା
  • ପାରାଦୀପ ଏନଏସି – ଜଗତସିଂହପୁର ଜିଲ୍ଲା
  • ବ୍ୟାସନଗର ଏନଏସି – ଯାଜପୁର ଜିଲ୍ଲା
  • ଜଟଣୀ – ଖୋର୍ଦ୍ଧା ଜିଲ୍ଲା
  • ଜୟପୁର ଓ ସୁନାବେଡ଼ା – କୋରାପୁଟ ଜିଲ୍ଲା
  • ଖରିଆର ରୋଡ଼ – ନୂଆପଡ଼ା ଜିଲ୍ଲା
  • ରାଜଗାଙ୍ଗପୁର – ସୁନ୍ଦରଗଡ ଜିଲ୍ଲା

Comment