ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ କଟକଣା ଭିତରେ ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିଛି। ସ୍କୁଲ ଖୋଲିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଭିନ୍ନ ସ୍କୁଲ ବୁଲି ସ୍ଥିତି ସମୀକ୍ଷା କରୁଛନ୍ତି। ଏହି କ୍ରମରେ ସୋମବାର ଦିନ ମନ୍ତ୍ରୀ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ତା’ପରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି।

ଅପରାହ୍‌ଣରେ ମନ୍ତ୍ରୀ ଅଚାନକ ନୟାଗଡ଼ ବ୍ଲକ ଇଟାମାଟି ବାମନ ଅବକାଶ ହାଇସ୍କୁଲ ଓ ମାନଧାତାପୁର ଆଙ୍କୁଲେଇ ହାଇସ୍କୁଲ ପରିଦର୍ଶନ କରିଥିଲ। ସେଠାରେ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷାଦାନ ସଂପର୍କରେ ପଚାରି ବୁଝିଥିଲେ।

ବିଦ୍ୟାଳୟର ଶିକ୍ଷକ ଶକ୍ଷିକ୍ଷୀତ୍ରୀଙ୍କୁ ମନ୍ତ୍ରୀ କୋଭିଡ ନିୟମ ସଂପର୍କରେ ଅବଗତ ରହି ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରେଣୀଗୃହରେ ୨୦ ଜଣ ଛାତ୍ର ଛାତ୍ରୀ ବସିବାର ବ୍ୟବସ୍ଥା, ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସର୍ବନିମ୍ନ ଦୂରତ୍ୱ ରକ୍ଷାକରିବା, ମାସ୍କ ପରିଧାନ ଓ ସାନିଟାଇଜେସନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଦାସ ଶିକ୍ଷକ ଶିକ୍ଷୟୀତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ନୟାଗଡ଼ର କେତେକ ବିଦ୍ୟାଳୟ ପରିଦର୍ଶନ କରି ସନ୍ଧ୍ୟାରେ ମନ୍ତ୍ରୀ ବୌଦ୍ଧ ଜିଲ୍ଲା ଗସ୍ତରେ ବାହାରିଥିଲେ। ୪ ଦିନ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ସମେତ ୬ଟି ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Comment