ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅପେକ୍ଷାର ଅନ୍ତ ଘଟିଲା। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା କୋଭିସିଲ୍ଡ। ଟିକା ପହଞ୍ଚିବା ପରେ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ ଦେଖାଯାଇଛି। ଟିକାକରଣ ଲାଗି ରାଜ୍ୟରେ ୧୬୨ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି। ତେବେ ଭୁବନେଶ୍ୱରରେ କେଉଁ କେଉଁ ହସ୍ପିଟାଲରେ ଟିକା ଦିଆଯିବ ଜାଣନ୍ତୁ…

ଏବେ ଭୁବନେଶ୍ୱରରେ ମୋଟ  ୨୧ ହଜାର ଲୋକଙ୍କୁ କରୋନା ଟିକା ଦିଆଯିବ। ଏଥିପାଇଁ ୫ଟି ହସ୍ପିଟାଲ ଚିହ୍ନଟ କରାଯାଇଛି। ବିଏମସି କମିସନରଙ୍କ ପ୍ରେମଚନ୍ଦ୍ର ଚଉଧାରୀଙ୍କ କହିବା ମୁତାବକ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ତାଲିକା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଆଜି ସନ୍ଧ୍ୟାଯାଏଁ ରେଜିଷ୍ଟ୍ରେସନ୍ ଖୋଲା ରହିଛି।

ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ହସ୍ପିଟାଲରେ ଟିକାକରଣ ହେବ।  କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ହେବ।

ଅନ୍ୟପଟେ ଭୁବନେଶ୍ୱରେ ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଏବଂ ୧୮ ଟି ବଡ଼ ବଡ଼ ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ବିଏମ୍‌ସି ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପ୍ରେମଚନ୍ଦ୍ର ଚଉଧାରୀ କହିଛନ୍ତି।

ରାଜ୍ୟରେ ସର୍ବାଧିକ ମୟୂରଭଞ୍ଜରେ ୧୦ଟି କେନ୍ଦ୍ର ହୋଇଥିଲା ବେଳେ ଅନ୍ୟ ଜିଲ୍ଲାରେ ୨ରୁ ୮ କେନ୍ଦ୍ର ପ୍ରସ୍ତୁତ ରହିଛି।

Comment