ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାରଠାରୁ ଦେଶବ୍ୟାପୀ କୋଭିଡ ଟିକାକରଣ ଆରମ୍ଭ ହେବ। ସକାଳ ୧୦ ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଟିକାକରଣ ଅଭିଯାନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ କେତେକ ସ୍ଥାନର ସ୍ୱାସ୍ଥ୍ୟକର୍ମୀଙ୍କ ସହ ମୋଦୀ ଆଲୋଚନା କରିବେ।

ଶନିବାର ଦେଶର ୩ ହଜାର କେନ୍ଦ୍ରରେ ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ପ୍ରତିଦିନ ଗୋଟିଏ ଓଳି ଲେଖାଏଁ ସବୁ କେନ୍ଦ୍ରରେ ଟିକା ଦିଆଯିବ। ପରବର୍ତ୍ତୀ ସମୟରେ ୫ ହଜାରରୁ ଅଧିକ ଟିକା କେନ୍ଦ୍ର ଖୋଲିବ।

ପ୍ରଥମ ପର୍ଯ୍ୟାୟରେ ୩ କୋଟି ସ୍ୱାସ୍ଥ୍ୟର୍କମୀ ଟିକା ନେଇ ସାରିବା ପରେ ୫୦ରୁ ଅଧିକ ବୟସ୍କ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। କରୋନା ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଦେଶର ବିଭିନ୍ନ ଟିକା କେନ୍ଦ୍ରରେ ପହଞ୍ଚିସାରିଛି। ସେହିପରି ଟିକାକରଣ ପାଇଁ ଚୟନ ହୋଇଥିବା ବ୍ୟକ୍ତିଙ୍କ ମୋବାଇଲକୁ ଏସଏମଏସ୍ ଜରିଆରେ କେଉଁଠି ଓ କେବେ ଟିକା ନେବେ ସେ ନେଇ ସୂଚନା ଦିଆଯିବ।

Comment