ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କୋଭିଡ ବିରୋଧରେ ଚାଲିଥିବା ଟିକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତ୍ତବନ୍ଧୁ ନାୟକ। ନିଜେ ଟିକା ନେଇ ସେ ଅନ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି।

ରାୟଗଡ଼ା ଜିଲ୍ଲାରେ ୮୦୩୮ ଯୋଦ୍ଧାଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଥିବା ବେଳେ ଗତ ୩ ଦିନରେ ଟିକା ନେଇଛନ୍ତି ୧୨୫୦ ଯୋଦ୍ଧା। ଆଗାମୀ ୨୫ ତାରିଖ ସୁଦ୍ଧା ଅନ୍ୟ ସମସ୍ତ ଯୋଦ୍ଧାଙ୍କୁ ଶତ ପ୍ରତିଶତ ଟିକାକରଣ ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି ସିଡିଏମ୍‌ଓ।

ଜାନୁଆରି ୧୬ ତାରିଖରୁ ଜିଲ୍ଲାରେ ୭ଟି କେନ୍ଦ୍ରରେ ଆରମ୍ଭ ହୋଇଛି କୋଭିଡ ଟିକାକରଣ। ପ୍ରଥମ ଦିନରେ ୬୦୯, ଦ୍ୱିତୀୟ ଦିନରେ ୩୭୯, ତୃତୀୟ ଦିନରେ ୨୬୨ ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ରାୟଗଡ଼ାର ୭ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଟିକାକରଣ ଅଭିଯାନ।

Comment